Home ଓଡ଼ିଶା ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଫୁ,୨୦ବର୍ଷ ଧରି ଗୋଟିଏ ସ୍ଥାନରେ କେସିଅର ପଦବିରେ ରହି ରାଜ ଚଳାଇଛନ୍ତି...

ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଫୁ,୨୦ବର୍ଷ ଧରି ଗୋଟିଏ ସ୍ଥାନରେ କେସିଅର ପଦବିରେ ରହି ରାଜ ଚଳାଇଛନ୍ତି କିରାଣୀ

210

ମାଲକାନଗିରି,୫ା୭(ଓଡିଆ ପୁଅ ) ସାଧାରଣତ ସରକାରି ଚାକିରିଆ କାମରେ ଅବହେଳା କଲେ କିମ୍ବା ଦୁର୍ନିତିରେ ଲିପ୍ତରହିଲେ ସେମାନଙ୍କୁ ପନିସମେଟଂରେ ବଦଳି କରାଯାଇଥାଏ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ । ଏହି ଜିଲ୍ଲାକୁ ବଦଳି ହୋଇଥିବା ସରକାରି କର୍ମଚାରି ମାନେ ପ୍ରଥମେ ପ୍ରଥମେ ଭୟକରିଥାନ୍ତି । କେମିତି ସେମାନେ ପୁଣି ବଦଳି ହୋଇ ଅନ୍ୟତ୍ରପଳାଇ ଯିବାପାଇଁ ଚେଷ୍ଟାରେ ଲାଗିପଡିଥାନ୍ତି । ମାଲକାନଗିରି ଗ୍ରାମ୍ୟନିର୍ମାଣ ବିଭାଜନ୧ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରିଙ୍କୁ ବାରମ୍ବାର ବଦଳି ହେବା ସ୍ୱତ୍ୟେ ସେ ବଦଳି ନିର୍ଦ୍ଦେଶକୁ ଖାତିର ନକରି ଗୋଟିଏ ସ୍ଥାନରେ ନିଜଗାଦି ଦୀର୍ଘ୨୦ ବଷ ର୍ହେଲାମାଡି ବସିି ରାଜ ଚଳାଇଥିବାର ଅଭିଯୋଗ ଆସିଛି । ଓଡିଶା ସରକାରଙ୍କ ଇଜିଂନିୟର ଇନ ଚିଫ ଗ୍ରାମୀଣ ବିକାଶ ବିଭାଗ ଚିଠି ନମ୍ବର ୧୧୭୪୮ ତାରିଖ ୧୨.୬.୨୦୨୦ ରେ ରାଜ୍ୟର ୩୪ଜଣଙ୍କ ସହିତ ମାଲକାନଗିର ିଜିଲ୍ଲାସଦର ମହକୁମାଠାରେ ଥିବା ଗ୍ରମ୍ୟ ନିର୍ମାଣ ବିଭାଜନ ୧ ନିର୍ବାହିଯନ୍ତ୍ରୀ କାର୍ଯ୍ୟାଳୟରେ କେସିଅର ଭାବେ କାର୍ଯ୍ୟ କରୁଥିବା ବିରଚିଂନାରାୟଣ ଗୌଡ ଙ୍କୁ କୋରୁପୁଟ ଜିଲ୍ଲା ସୁନାବେଢା ଡିଭିଜନକୁ ବଦଳି କରାଯାଇଛି ଓ ସେଠାରେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ରହିଛି । ସେ ଏହି ବଦଳି ନିର୍ଦ୍ଦେଶକୁ ଖାତିର ନକରି ସଂପୃକ୍ତ କିରାଣୀ ମାଲକାନଗିରି ଡିଭିଜନ ଅଫିସ ଓ ନିଜପଦବି ଛାଡିବାକୁ ରାଜି ନଥିବାର ଜଣାପଡିଛି । ସେ ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅବମାନନା କରୁଥିଲେ ମଧ୍ୟ ତାଙ୍କ ପ୍ରତି ବିଭାଗର କିଛି ବରିଷ୍ଠ ଅଧିକାରୀ ଘଟଂ ଘୋଡାଇ ରଖିବାର ଉଦେଶ୍ୟ କଣ ଥାଇପାରେ ବୋଲି ସବ ର୍ସାଧରଣରେ ଆଲୋଚନା ହେଉଛି । ଗୋଟିଏ ବଦଳି ଚିଠିରେ ଶ୍ରୀ ଗୌଡଙ୍କ ସହିତ ସମଗ୍ର ଓଡିଶାରେ ଅନ୍ୟ ୩୪ଜଣଙ୍କୁ ବଦଳି କରାଯାଇଛି । ଅନ୍ୟମାନେ ବଦଳି ସ୍ଥାନରେ ଯୋଗ ଦେଇଥିବା ବେଳେ ମାଲକାନଗିରି ଗ୍ରାମ୍ୟ ନିର୍ମାଣବିଭାଗର କେସିଅର ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଫୁ କରି ଦେଇ ବଦଳିସ୍ଥାନକୁ ଯାଉନଥିବାର କାରଣ କଣ ବୋଲି ବିଭାଗୀୟ କିଛି ଅଧିକାରୀ ଓ କର୍ମଚାରି ମାନେ ନାମଗୋପନ ରଖି କହିଛନ୍ତି । ଏଥିପ୍ରତି ରାଜ୍ୟସରକାର ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସବ ର୍ସାଧରଣରେ ଦାବି ହୋଇଛି । ଏ ସଂପର୍କରେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ୧ ନିର୍ବାହି ଯନ୍ତ୍ରୀ ଇଂ ଆସିଶ କୁମାର ଦାଶ କହିଛନ୍ତି ରିଲିଭର ଆସିନଥିବାରୁ ତାଙ୍କୁ ରିଲିଭ କରିବାରେ ବିଳମ୍ବ ହେଉଛି, ଯଦି କେହି ରିଲିଭର ନ ଆସନ୍ତି ତାହାହେଲେ ଉଚ୍ଚଅଧିକାରୀଙ୍କ ମତା ମତ ନେଇ ସ୍ଥାନୀୟ ବ୍ୟବସ୍ଥା କରି ଶ୍ରୀଗୌଡଙ୍କୁ ରିଲିଫ କରିଦିଆଯିବ ,ଅପର ପକ୍ଷରେ ଶ୍ରୀଗୌଡ ମାଲକାନଗିରି ଛାଡି ନ ଯିବାପାଇଁ ଜୋଗାଡରେ ଲାଗିପଡିଥିବାର ସୁଚନା ମିଳିଛି ,

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.