Home ଜିଲ୍ଲା ପରିକ୍ରମା ସରକାରଙ୍କୁ ମତ୍ସ୍ୟଜୀବୀଙ୍କ ଚେତାବନୀ, ବିକଳ୍ପ ବ୍ୟବସ୍ଥା ନକଲେ ମାନିବୁନି କଟକଣା, ଅଲିଭ ରିଡେଲ ସୁରକ୍ଷା ପ୍ରସଙ୍ଗ

ସରକାରଙ୍କୁ ମତ୍ସ୍ୟଜୀବୀଙ୍କ ଚେତାବନୀ, ବିକଳ୍ପ ବ୍ୟବସ୍ଥା ନକଲେ ମାନିବୁନି କଟକଣା, ଅଲିଭ ରିଡେଲ ସୁରକ୍ଷା ପ୍ରସଙ୍ଗ

84

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିରଳ ସାମୁଦ୍ରୀକ କାଇଁଛ ଅଲିଭ ରିଡ୍‌ଲେଙ୍କ ପ୍ର୍ରଜନନ ଜନିତ ସୁରକ୍ଷା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାଛଧରା କଟକଣାକୁ ନାପସନ୍ଦ କରିଛନ୍ତି ମତ୍ସ୍ୟଜିବୀ ପରିବାର । ଏହା ଫଳରେ ରାଜ୍ୟରେ ମାଛମାରୀ ଜୀବିକା ନିର୍ବାହ କରୁଥିବା ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ମତ୍ସ୍ୟଜିବୀ ପରିବାର ସେମାନଙ୍କ ଜିବୀକା ହରାଇବା ନିଶ୍ଚିତ ହୋଇଥିବା କହିଛନ୍ତି ମତ୍ସ୍ୟଜିବୀ ସଂଘ । ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରି ଏହି ଧରଣର କଟକଣା ଲାଗୁ କଲେ ତାକୂୁ କେହି ମାନିବୁ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ମା ଧାମୁରାଇ ମତ୍ସ୍ୟଜିବୀ ସଂଘ । ଏ ସଂର୍ପକରେ ନିଜ ମତ ରଖି ସଂଘର ସଭାପତି ଅଶୋକ ଜାନା ଏବଂ ସଂପାଦକ ସୁଦର୍ଶନ ଲେଙ୍କା କହିଛନ୍ତି ଯେ କରୋନା ସଙ୍କଟ ଯୋଗୁ ଗତ ୯ ମାସ ଧରି ଦୁର୍ଦ୍ଧିନରେ ଦିନ କାଟୁଥିବା ଗରୀବ ମତ୍ସ୍ୟଜିବୀ ମାନେ ଗଭୀର ସମୁଦ୍ରରୁ ମାଛ ମାରୀ ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ସରକାର ବିରଳ ସାମଦ୍ରୀକ କଇଁଛ ଅଲିଭ ରିଡେଲଙ୍କ ସୁରକ୍ଷାକୁ ଆଳ କରି ଚଳିତବର୍ଷ ନଭେମ୍ଭର ୧ ତାରିଖ ଠାରୁ ୨୦୨୧ ମସିହା ମଇମାସ ୩୧ ତାରିଖ ପର୍ଯ୍ୟନ୍ତ ଦିର୍ଘ୍ୟ ୭ ମାସ ଧରି ମାଛଧରା ଉପରେ ପ୍ରତିବନ୍ଦକ ଜାରି କରିଛନ୍ତି । ଏହା ଫଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ରାଜ୍ୟର ପ୍ରାୟ ୧୦ ଲକ୍ଷ ମତ୍ସ୍ୟଜୀବି ପରିବାର ସେମାନଙ୍କ ଜୀବିକା ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି । ସରକାର କଟକଣା ଜାରି କରନ୍ତୁ ହେଲେ ଆଗ ଜିବୀକା ହରାଉଥିବା ମତ୍ସ୍ୟଜିବୀ ପରିବାରଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ସେମାନେ କହିଛନ୍ତି ।

ତା ନହେଲେ ସେମାନେ କୁମ୍ଭିର ପ୍ରଜନନ ଅଂଚଳ ସେନଚ୍ୟୁରୀ ଇଲାକାକୁ ଛାଡି ଅନ୍ୟ ଯାଗାରେ ସେମାନଙ୍କ ମାଛଧରା ଅବ୍ୟାହତ ରଖିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ବିଶ୍ୱର ବିରଳ ଅଲିଭ ରିଡେଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଧାମରା,ଦେବୀ ଏବଂ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କିମି ବ୍ୟାସାର୍ଦ୍ଧ ଅଂଚଳରେ ମାଛମରା ନିଷିଦ୍ଧ ଘୋଷଣା କରିଛନ୍ତି । ମାଛଧରା ଟ୍ରଲର ଏବଂ ବୋଟ ମାଡରେ ଏହି ଉପକୂଳକୁ ଅଣ୍ଡାଦେବାକୁ ଆସୁଥିବା ବିରଳ କଇଁଛ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ସରକାର ଏହି ନିଷ୍ପତି ଗ୍ରହଣ କରି ଉଭୟ ଜଳ ଏବଂ ସ୍ତଳଭାଗରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡା କଡି କରିବାକୁ ନିର୍ଦ୍ଧେଶ ଜାରି କରିଛନ୍ତି । ଏଥିସକାସେ ରାଜ୍ୟ ସରକାର ସାମୁଦ୍ରୀକ ଥାନା,କୋଷ୍ଟ ଗାର୍ଡ,ପୋଲିସ ଏବଂ ବନ୍ୟପ୍ରାଣୀ ବିଭାଗକୁ ସ୍ୱତନ୍ତ୍ର ଭାବେ କ୍ଷମତା ଅର୍ପଣ କରିଛନ୍ତି । ସରକାରୀ ଅଟକଳ ଅନୁଯାଇ ଏହି କଟକଣା ଫଳରେ ରାଜ୍ୟରେ ୧୦ ହଜାର ୬୬୬ ମତ୍ସ୍ୟଜିବୀ ପରିବାର ପ୍ରଭାବିତ ହେଉଥିବା ବେଳେ ସରକାର ସେମାନଙ୍କୁ ପରିବାର ପିଛା ୭ ହଜାର ୫ ଶହ ଟଙ୍କା କ୍ଷତିପୁରଣ ଅର୍ଥ ଦେବାକୁ ଘୋଷଣା କରିଛନ୍ତି । ଯାହାକୁ ମତ୍ସ୍ୟଜୀବି ସଂଘ ନାପସନ୍ଦ କରିଛନ୍ତି । ସଂଘ ସୁଚନା ଅନୁଯାଇ କେବଳ ଧାମରା ଉପକୂଳରେ ଦୈନିକ ୩ ଶହରୁ ଉର୍ଦ୍ଧ ମାଛଧରା ଟ୍ରଲର,ବୋଟ,ବୁଟୁବୁଟି ଏବଂ କାତମରା ଡଙ୍ଗା ମାଛଧରାରେ ନିୟୋଜିତ ରହିଛନ୍ତି । ଯେଉଁଥିରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ ଲୋକ ନିୟୋଜିତ ଅଛନ୍ତି । ମାଛଧରା ବନ୍ଦ ହେଲେ ଏହି ଲୋକମାନେ ସେମାନଙ୍କ ଜୀବିକା ହରାଇ ନିଶ୍ଚିତ ହୋଇଛି । ତେଣୁ ସରକାର କଟକଣା ଜାରି କରିବା ଆଗରୁ ଏହି ପରିବାରଙ୍କ କଥାକୁ ଗୁରୁତର ସହିତ ନେବାକୁ ସେମାନେ ଦାବୀ କରିଛନ୍ତି । ଅନ୍ୟଥା ଆମେ ସରକାରଙ୍କ ଏହି କଟକଣାକୁ ମାନିବୁ ନାହିଁ ବୋଲି ସେମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.