Home ଜିଲ୍ଲା ପରିକ୍ରମା ଓୟୁଜେ କାର୍ଯ୍ୟକାରିଣୀର ପ୍ରସ୍ତୁତି ବୈଠକ

ଓୟୁଜେ କାର୍ଯ୍ୟକାରିଣୀର ପ୍ରସ୍ତୁତି ବୈଠକ

22

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ଭଦ୍ରକ ଶାଖାର କାର୍ଯ୍ୟକାରିଣୀ ବୈଠକ ଚଳିତ ମାସ ୮ ତାରିଖରେ ବନ୍ତ ବ୍ଲକ ଆଗରପଡ଼ାସ୍ଥିତ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହେବ । ଏନେଇ ଆଜି ସ୍ଥାନୀୟ ଐତିହାସିକ ଗାନ୍ଧି କର୍ମମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ହେମନ୍ତ ସିଂହଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ଡ଼ଃ. ହରିହର ନାୟକ, କାର୍ଯ୍ୟକାରୀ ସଭାପତି ପ୍ରିୟଦର୍ଶନୀ ବୋଇତି, ସାଧାରଣ ସମ୍ପାଦକ ଗୌରହରି ନାୟକ, ସାମ୍ବାଦିକ ଅକ୍ଷୟ ସିଂହ, ଜିତେନ୍ଦ୍ର ଶତପଥୀ, ବିଶ୍ୱନାଥ ସିଂହ, ପ୍ରଦ୍ୟୁମ୍ନ ପୁହାଣ, ହରିନାରାୟଣ ମହାନ୍ତି, ଅକ୍ଷୟ ଦାସ, ରମେଶ ପତି, ସୁକାନ୍ତ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୁସ୍ଥ ସମାଜ ଗଠନରେ ସାମ୍ବାଦିକ ମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ନାରାୟଣ ଚନ୍ଦ୍ର ବାରିକ, ଅନୀଲ ନାୟକ, କିସାନ ରାଉତ, ବନମାଳୀ ବାରିକଙ୍କ ସମେତ ବରିଷ୍ଠ ନାଗରିକ ତଥା କରୋନା ଯୋଦ୍ଧା କୈଳାସ ଚନ୍ଦ୍ର ଧଳ, ଇଂ ମଧୁସୂସନ ସାହୁ, ଡା. ଦିପକ କୁମାର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ଯୁବ ସଙ୍ଗଠକ ଗୋପାଳକୃଷ୍ଣ, ଦାଶ, ଦୁଃଖନ ପେଡ଼ି, କୈଳାସ ଧଳ, ବିଜୟ ମହତାବ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.