Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ କରୋନା ଭୂତାଣୁ ଆକ୍ରାନ୍ତ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ସମ୍ଭାବ୍ୟ କରୋନା ଭୂତାଣୁ ଆକ୍ରାନ୍ତ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

117

ମାଲକାନଗିରି,୨ା୨(ଓଡିଆ ପୁଅ) ଚାଇନା ରୁ ବ୍ୟାପିଥିବା ଭୟାବହ କରୋନା ଭୂତାଣୁ ସଂକ୍ରମଣ ହୋଇ ଏବେ କେରଳ ଓ ଓଡିଶାରେ ପ୍ରବେଶ କରିଥିବାରୁ ଏହାକୁ ମୁକାବିଲା କରିବା ଓ ପ୍ରତିଶେଷଧକ ବ୍ୟବସ୍ଥା ପାଇଁ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ ତିନୋଟି ରାଜ୍ୟ ସୀମାନ୍ତରେ ଥିବା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା, ଏହି ଜିଲ୍ଲାରୁ କିଛିଲୋକ ବାହାର ରାଜ୍ୟକୁ ଦାଦନ,କୁଲି ଖଟିବାକୁ ଯାଇଥାନ୍ତି । ସେମାନଙ୍କ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହୋଇ ଜିଲ୍ଲାରେ ପ୍ରବେଶ କରିବା ଆଶଙ୍କାରେ ଜିଲ୍ଲାସଦର ମହକୁମା ହସପିଟାଲ ସଭାଗୃହରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜୟକୁମାର ବୈଠାରୁଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ କରୋନା ଭୂତାଣୁ ମୁକାବିଲା,ଉପଯୁକ୍ତ ପ୍ରତିରୋଧକ ସତର୍କତା ଅବଲମ୍ବନ କରାଯିବାସହ କରୋନା ଭୂତାଣୁ ପାଇଁ କେହି ଜିଲ୍ଲାବାସୀ ଭୟକରିବାର ନାହିଁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଏ ସଂପର୍କରେ ଡାକ୍ତରମାନେ ଜନସଚେତନତା ସୃଷ୍ଟିକରିବା ପାଇଁ ଜିଲ୍ଲାସ୍ତର ଡାକ୍ତର ଓ ସ୍ୱସ୍ଥ୍ୟକର୍ମୀ ମାନଙ୍କୁନେଇ ଏକ ଜରୁରୀକାଳିନ ବୈଠକରେ ସିଡିଏମଓ କହିଥିଲେ । ଜିଲ୍ଲା ହସପିଟାଲରେ ସ୍ୱତନ୍ତ୍ର ଆଇସୁଲେଟି ବ୍ୟବସ୍ଥା କରାଯାଇ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଡାକ୍ତରଙ୍କୁ ସଜାଗ ରଖାଯାଇ ୨୪ଘଟିଂଆ ପ୍ରକୋଷ୍ଠ ଖୋଲାରହି ଡାକ୍ତର ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀ ସଜାଗ ରହିଛନ୍ତି ବୋଲି ସିଡିଏମଓ ଡାକ୍ତର ବୈଠାରୁ ସୁଚନା ଦେଇଛନ୍ତି ।ଏହି ବୈଠକରେ ଜିଲ୍ଲା ହସପିଟାଲର ସୁପରିଟେଣ୍ଡେଟଂ ଅତିରିକ୍ତ ସ୍ୱାସ୍ଥ୍ୟଅଧିକାରୀ ଅନିଲକୁମାର ମିଶ୍ର,ଏଡିଏମଓ ମେଡିକାଲ ଶିବପ୍ରସାଦ ମହାରଣା,ଡାକ୍ତର ସପନକୁମା ଦିଣ୍ଡା,ଡାକ୍ତର ଅନୁପମା ମହନା,ଡାକ୍ତର ବ୍ରଜଦାଶ,ଡିପିଏମ ସୁଦିପ୍ତ କୁମାର କେଶ,ଡାକ୍ତର ଓ ସ୍ୱାସ୍ଥ୍ୟବିଭାଗ ଅଧିକାରୀ,ଜିଏନଏମ,ଏନଏମ କଲେଜ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.