Home Top News ସମ୍ବେଦନଶୀଳ ଅପରାଧୀକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି : ବିଜେଡି

ସମ୍ବେଦନଶୀଳ ଅପରାଧୀକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି : ବିଜେଡି

53

ବିନା ପ୍ରମାଣରେ ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ବିଜେପି
ପୀଡିତାଙ୍କୁ କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ଦେବା ଚାହୁଁନି ବିଜେପି
ବିଜେପିକୁ କଡା ଜବାବ ଦେଲେ ପ୍ରମିଳା ମଲ୍ଲିକ ଓ ରାଜ ଚକ୍ର
ଭୁବନେଶ୍ୱର ୨୦/୧୦ (ଓଡ଼ିଆ ପୁଅ) : ସମ୍ବେଦନଶୀଳ ଅପରାଧୀକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି ଓ ବିନା ପ୍ରମାଣରେ ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି। ଏପରିକି ଜଘନ୍ୟ ମାମଲାରେ ପୀଡିତା କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ବିଜେପି ଚାହୁଁନଥିବା କହିଛନ୍ତି ବିଜେଡିର ପ୍ରମିଳା ମଲିକ ଓ ରାଜ ଚକ୍ର।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ କଡା ଜବାବ ଦେଇଛନ୍ତି ଉଭୟ ନେତା। ଶ୍ରୀମତୀ ମଲ୍ଲିକ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କହିଛନ୍ତି ଯେ ସୁଶ୍ରୀ ମମିତା ମେହେରଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଆମର ଗଭୀର ସମବେଦନା ରହିଛି। ଏହି ଘଟଣାରେ ଆମେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଆମେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ରଖିଛୁ ଯେ ଏହି ମାମଲାରେ ଅଭିଯୁକ୍ତମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଏବଂ ପୀଡିତା ପରିବାର ନ୍ୟାୟ ପାଇବେ। ଏନଆଇଏରେ କାର୍ଯ୍ୟ କରିଥିବା ଜଣେ ଅଭିଜ୍ଞ ପୋଲିସ ଅଧିକାରୀ ଏହି ମାମଲାର ମନିଟରିଂ କରୁଛନ୍ତି। ୨୦୧୩ ପରଠାରୁ ଓଡିଶା ବିଜେପି ପ୍ରତ୍ୟେକ ଅପରାଧିକ ମାମଲାକୁ ସମ୍ବେଦନଶୀଳ କରିବା ସହିତ ଏହାକୁ ନେଇ ଶସ୍ତା ରାଜନୀତି କରୁଛି। ଓଡିଶାବାସୀଙ୍କ ଆଗରେ ସେମାନଙ୍କ ମୁଖା ଖୋଲିଯାଇଛି।

ଉତ୍ତରପ୍ରଦେଶରେ କୃଷକଙ୍କୁ ହତ୍ୟା କରାଯାଇଥିବା ମାମଲାରେ ବିଜେପି ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତ ଥିଲା। ଜାତୀୟ ଆକ୍ରୋଶ ଓ ସମାଲୋଚନା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ଓଡ଼ିଶା ବିଜେପି ଚୁପ୍ ରହିଲା। ଓଡିଶା ବିଜେପିର ଦୋମୁହାଁ ନୀତି ଏବଂ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ସହାନୁଭୂତିର ଅଭାବ ବିଷୟ ଏଥିରୁ ଜଣାପଡୁଛି। ବର୍ତ୍ତମାନର ଘଟଣା ଏକ ଶିକ୍ଷାନୁଷ୍ଠାନ ସହିତ ଜଡିତ ଯେଉଁଠାରେ ଶହ ଶହ ଛାତ୍ର ଅଧ୍ୟୟନ କରନ୍ତି। ମିଥ୍ୟା ତଥା କୁତ୍ସିତ ଅଭିଯୋଗ କରି ଏହି ପ୍ରସଙ୍ଗକୁ ରାଜନୀତିକରଣ କରି ଓଡିଶା ବିଜେପି ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ବଦନାମ କରିବା ଉଚିତ ନୁହେଁ।

ସମସ୍ତ ଦଳର ବହୁ ରାଜନୈତିକ ନେତା ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ସେହି ଅନୁଷ୍ଠାନର ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କୌଣସି ଭୁଲ୍‌କୁ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେଉଥିବା ବ୍ୟକ୍ତିଙ୍କ ସହିତ ଯୋଡାଯାଇ ପାରିବନାହିଁ। ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ। କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପି ନେତାଙ୍କ ବହୁ ଫଟୋ ଓଡିଶାରେ ଅନେକ ଅପରାଧିକ ମାମଲାରେ ଜଡିତ ଅଭିଯୁକ୍ତଙ୍କ ସହିତ ରହିଛି। ଶ୍ରୀ ମୋହନ ମାଝିଙ୍କ ଆକ୍ରମଣକାରୀମାନେ ମଧ୍ୟ ଫଟୋରେ କେନ୍ଦ୍ର ମନ୍ତ୍ରୀ ଓ ଶ୍ରୀ ମାଝିଙ୍କ ସହିତ ଥିବା ଦେଖିବାକୁ ମିଳୁଛି। ଆମେ କହୁ ନାହୁଁ ଯେ କେନ୍ଦ୍ରୀୟ ମନ୍ତ୍ରୀମାନେ ସେହି ମାମଲା ସହ ଜଡିତ, ଏ ବିଷୟରେ ରାଜନୀତି କରିବାକୁ ଦିଅନ୍ତୁ ନାହିଁ।

ସେହି ଅନୁଷ୍ଠାନର ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆବଶ୍ୟକ ଏବଂ ଓଡିଶା ବିଜେପି ଏଭଳି ଶସ୍ତା ରାଜନୀତି କରିବା ଉଚିଚ ନୁହେଁ। ପୂର୍ବ ମାମଲାଗୁଡିକରେ ଓଡିଶା ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଏହି ମାମଲାରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଥ୍ୟା ବିବୃତ୍ତି ନଦେବା ଏବଂ ଏଭଳି ସମ୍ବେଦନଶୀଳ ମାମଲାକୁ ସ୍ପର୍ଶକାତର ନକରିବାକୁ ଶ୍ରୀମତୀ ମଲ୍ଲିକ ଓଡିଶା ବିଜେପିକୁ ଅନୁରୋଧ କରିଛନ୍ତି।

ସେହିଭଳି ବିଜେପି ନେତା ମୋହନ ମାଝିଙ୍କ ଉପରେ ବୋମାମାଡ ପ୍ରସଙ୍ଗରେ ରାଜ ଚକ୍ର କହିଛନ୍ତି ଯେ କେନ୍ଦୁଝରର ଲୋକମାନେ ଶ୍ରୀ ମୋହନ ମାଝିଙ୍କୁ ସେମାନଙ୍କର ଜନ ପ୍ରତିନିଧୀ ଭାବରେ ମନୋନୀତ କରିଛନ୍ତି। କିନ୍ତୁ ସେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁନାହାଁନ୍ତି ବରଂ ସେ ନିଜର ଠିକାଦାରୀ ଏବଂ କଌକ୍ଷଗ୍ଧ;୍ରାକ୍ଟ୍ରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଶ୍ରୀ ମୋହନ ମାଝିଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଏବଂ ମୁଁ ଏହାକୁ ଦୃଢ ଭାବେ ନିନ୍ଦା କରିଛି। ପରେ ଜଣାପଡିଥିଲା ଯେ ଶ୍ରୀ ମୋହନ ମାଝିଙ୍କ ଉପରେ ଆକ୍ରମଣ କରିଥିବା ଲୋକେ ଶ୍ରୀ ମାଝିଙ୍କର ଅତ୍ୟନ୍ତ ଘନିଷ୍ଠ ଏବଂ ଠିକାଦାରୀ ଓ କଌକ୍ଷଗ୍ଧ;୍ରାକ୍ଟ୍ରି କାମକୁ ନେଇ ଏହି ଆକ୍ରମଣ ହୋଇଥିଲା। ଏହା ତାଙ୍କ ନିଜ ଦୋଷ ପାଇଁ ହୋଇଥିଲା ଏବଂ ମୋ ଯୋଗୁଁ ନୁହେଁ।

ଯାହାସବୁ ତାଙ୍କ ମଧ୍ୟରେ ଘଟିଲା, ତାହା ଦଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଥିଲା ଯାହାକୁ ସେ ଠିକାଦାରୀ ଦେଇନଥିଲେ ଏବଂ ଏହି କାରଣରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କର ସେହି ସହଯୋଗୀମାନଙ୍କୁ ଠିକାଦାରୀ ଦେବା ପରିବର୍ତ୍ତେ, ସେ ଅନ୍ୟ କେତେକ ଲୋକଙ୍କୁ କାମ ଦେଇଥିଲେ ଯାହା ତାଙ୍କ ସହଯୋଗୀଙ୍କୁ କ୍ରୋଧିତ କରିଥିଲା ଏବଂ ଯେଉଁଥିପାଇଁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ, ସତ୍ୟ ଜାଣିବା ସତ୍ୱେ ସେ ମୋତେ ବଦନାମ କରିଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଓଡିଶା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାକୁ ଆସି ମିଥ୍ୟା ଏବଂ କୁତ୍ସିତ ଭାବରେ ବିନା ପ୍ରମାଣରେ ମୋତେ ଏହି ଘଟଣାରେ ଜଡିତ କରିବାକୁ ଚେଷ୍ଟା କରିଥିଲେ। ଶ୍ରୀ ମାଝି ମୋତେ ବଦନାମ କରିଥିବାରୁ କ୍ଷମା ମାଗିବା ଉଚିଚ୍‍ ନଚେତ ମୁଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଶ୍ରୀ ଚକ୍ର କହିଛନ୍ତି। ଶ୍ରୀ ମାଝି ତାଙ୍କର ଠିକାଦାରୀ ଛାଡି କେନ୍ଦୁଝରର ଲୋକମାନଙ୍କ ପାଇଁ କାମ କରିବା ଉଚିତ ଯେଉଁମାନେ ତାଙ୍କୁ ନିର୍ବାଚିତ କରିଛନ୍ତି ବୋଲି ଶ୍ରୀ ଚକ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.