Home କେନ୍ଦୁଝର ସମ୍ବାଦ ଆମ ଓଡିଶା ଓ ବି.କେ ହାଇସ୍କୁଲ ଛାତ୍ରସଂଘ ପକ୍ଷରୁ ରକ୍ତଦାନ ଶିବିର

ସମ୍ବାଦ ଆମ ଓଡିଶା ଓ ବି.କେ ହାଇସ୍କୁଲ ଛାତ୍ରସଂଘ ପକ୍ଷରୁ ରକ୍ତଦାନ ଶିବିର

48

ହାଟଡିହି-୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମ୍ବାଦ ଆମ ଓଡିଶା ଓ ବି.କେ ହାଇସ୍କୁଲ ସୋସୋ କାନପୁର ପକ୍ଷରୁ କାନପୁର ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ଆମ ଓଡିଶା ସଂଯୋଜକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଖେଳ ଶିକ୍ଷୟତ୍ରୀ ପବିତ୍ରା ରାଉତ, ଗୋପବନ୍ଧୁ ପାଣିଗ୍ରାହୀ, ପ୍ରଭାତ ବେହେରା, ସରପଞ୍ଚ ବେଣୁଧର ବିନ୍ଧାଣୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଭଦ୍ରକ ରକ୍ତଭଣ୍ଡାରର ଡାକ୍ତର ଶରତ କୁମାର ଆଚାର୍ଯ୍ୟ, ଏଲଟି ରବିନ୍ଦ୍ର ଜେନା, ଏସ.ପି ମଲ୍ଲିକ, କାଉନସିଲର ବିଜୟ କୁମାର ଖଟୁଆ, ଏସ.କେ. ବୁଧିଆ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଆମ ଓଡିଶା ମୋଟିଭେଟର ପାର୍ଥ ସୌରଭ ସା , ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଆଲୋକ ରାଉତ, ପ୍ରତ୍ୟୁଶ ମହାନ୍ତି, ସତ୍ୟରଞ୍ଜନ ଧଳ, ରଶ୍ମୀରଞ୍ଜନ ବେହେରା, ଜଗବନ୍ଧୁ ପାଣିଗ୍ରାହୀ, ଅନିଲ ବେହେରା ପ୍ରମୁଖ ଛାତ୍ରସଂଘର ସଦସ୍ୟମାନେ ଶିବିର ପରିଚାଳନା କରିଥିଲେ । ନୁଆବର୍ଷରେ ନୁଆ ଚିନ୍ତାଧାରା ରଖି ରକ୍ତ ଅଭାବକୁ ଦୁରକରିବାପାଇଁ ଛାତ୍ରସଂଘର ଏପରି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.