Home କେନ୍ଦ୍ରାପଡ଼ା ସମ୍ବାଦପତ୍ର ବିତରକ ଚିହ୍ନଟ ପାଇଁ ଦରଖାସ୍ତ ଆହ୍ୱାନ

ସମ୍ବାଦପତ୍ର ବିତରକ ଚିହ୍ନଟ ପାଇଁ ଦରଖାସ୍ତ ଆହ୍ୱାନ

49

କେନ୍ଦ୍ରାପଡ଼ା, ୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାଜ୍ୟର ସମ୍ବାଦପତ୍ର ବିତରକ(ନିଉଜ ପେପର ହକର) ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ସମ୍ବାଦପତ୍ର ବିତରକମାନଙ୍କୁ ସେମାନଙ୍କର ସମସ୍ତ ତଥ୍ୟ ପ୍ରଦାନ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରୁ ଦରଖାସ୍ତ ନେଇ ଡିସେମ୍ବର ୫ତାରିଖ ସୁଦ୍ଧା ପୈଠ କରିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ, କେନ୍ଦ୍ରାପଡା ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.