Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ରଥ ବୁଲିବା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ରଥ ବୁଲିବା ପାଇଁ ପ୍ରସ୍ତୁତି ବୈଠକ

44

କେନ୍ଦ୍ରାପଡ଼ା, ୪-୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ପଠାଯାଇଥିବା ଶିଶୁ ଅଧିକାର ସୁରକ୍ଷା ସଚେତନତା ମୋବାଇଲ ଭ୍ୟାନକୁ କେନ୍ଦ୍ରାପଡା ଜିଲ୍ଲାରେ କିପରି ସୁପରିଚାଳିତ କରାଯାଇପାରିବ ସେ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ଜିଲ୍ଲା ଶ୍ରମ ଅଧିକାରୀଙ୍କ ପ୍ରତିନିଧି, ସ୍ୱେଛାସେବୀ ଅନୁଷ୍ଠାନ ରେସୱାର ମୁଖ୍ୟ ସେକ ଲିଆକତ ହୁସେନ, ଭାରତ ଅନୁଷ୍ଠାନର ସମ୍ପାଦକ, ପଲ୍ଲିଶ୍ରୀ ମହିଳା ସମିତିର ପ୍ରତିନିଧି ଶ୍ରୀକାନ୍ତ ନାୟକ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପତ୍ର ଉପସ୍ଥାପନା କରି କିଭଳି ଭାବରେ ଏହି କାର୍ଯ୍ୟକ୍ରମର କେନ୍ଦ୍ରାପଡା ଜିଲ୍ଲାରେ ସଫଳ ରୂପାୟନ କରାଯାଇପାରିବ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାଇ ଆସନ୍ତା ୭ତାରିଖ ସକାଳ ୯ଟା ସମୟରେ ସେହି ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯିବା, ୯ଟା ୧୫ମିନିଟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଅଙ୍ଗନୱାଡିକର୍ମୀ ଓ ସହାୟିକା, ୨ଟି ସ୍ୱାଧାର ଗୃହ ଓ ଚାଇଲଡ ଲାଇନର କର୍ମଚାରୀଙ୍କ ଉପସ୍ଥିତିରେ ଏକ ଶପଥ ପାଠ କରାଯିବା ପରେ ସେହି ରଥକୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଜିଲ୍ଲା ପରିକ୍ରମା ପାଇଁ ଶୁଭାରମ୍ଭ କରିବେ, ରାଲି ମାଧ୍ୟମରେ ସେହି ରଥ ପ୍ରଥମେ ଜିଲ୍ଲା ବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ସେଠାରେ ଛାତ୍ରଚାତ୍ରୀ ଓ କର୍ମଚାରୀମାନେ ରଥକୁ ସ୍ୱାଗତ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ବୈଠକ ସେଠାରେ ଅନୁଷ୍ଠିତ ହେବ। ଏହାପରେ ସେହି ରଥ ଡାକ୍ତରଖାନା ଛକ ଦେଇ ସାନ୍ତସାହି, ଅଙ୍ଗୁଳେଇ ଦେଇ ମାର୍ଶାଘାଇ କଲେଜ ପରିସରରେ ପହଞ୍ଚିବ। ସେଠାରେ ମାର୍ଶାଘାଇ କଲେଜ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଥକୁ ସ୍ୱାଗତ କରିବେ। ପରେ କେନାଲ ରାସ୍ତା ଦେଇ ମହାକାଳପଡାର ବଉଳକଣୀ ଉଚ୍ଚ ବିଦ୍ୟାଳୟରେ ରଥ ପହଞ୍ଚିବ। ସେଠାରେ ଭାରତ ଅନୁଷ୍ଠାନର କର୍ମକର୍ତ୍ତା, ନିକଟସ୍ଥ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀ ରଥକୁ ସ୍ୱାଗତ କରିବେ। ଶେଷରେ ରଥ ହଳଦିଆଗଡା ଦେଇ ଗରଦପୁର ବ୍ଲକର କୋରୁଆସ୍ଥିତ ପଲିଶ୍ରୀ ମହିଳା ସମିତିକୁ ଯିବେ ଓ ସେଠାରେ ଅନୁଷ୍ଠାନର ଅନ୍ତେବାସୀ, ନିକଟସ୍ଥ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀ ରଥକୁ ସ୍ୱାଗତ କରିବେ ବୋଲି ସ୍ଥିର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.