Home ଓଡ଼ିଶା ସମ୍ବଲପୁର ସହର ମଧ୍ୟଭାଗ ଲକ୍ଷ୍ମୀ ଟକିଜ୍ ଛକରେ ନାଗ ନାଗୁଣୀଙ୍କ ମିଳନର ବିରଳ ଦୃଶ୍ୟ

ସମ୍ବଲପୁର ସହର ମଧ୍ୟଭାଗ ଲକ୍ଷ୍ମୀ ଟକିଜ୍ ଛକରେ ନାଗ ନାଗୁଣୀଙ୍କ ମିଳନର ବିରଳ ଦୃଶ୍ୟ

184

ସମ୍ବଲପୁର, ୨୧-୭ (ଓଡ଼ିଆ ପୁଅ/ସରୋଜ ସାହୁ): ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶରେ କେତେବେଳେ କୁ ଲକ୍ ଡାଉନ୍ ତ କେତେବେଳେ ସଟ୍ ଡାଉନ୍ ଜାରୀ ରହିଥିବା ବେଳେ ଦିଲ୍ଲୀ ଠୁ ନେଇ ପଲ୍ଲୀ ପର୍ଯ୍ୟନ୍ତ ଜନଶୂନ୍ୟ ହୋଇ ଯାଉଛି। କିନ୍ତୁ, ଜୀବଜନ୍ତୁ ମାନେ ମଣିଷ ମାନଙ୍କ ଦାଉ ରୁ ରକ୍ଷା ପାଇଁ ନିର୍ଭୟ ରେ ବୁଲିବାର ଦେଖିବାକୁ ମିଳୁଛି। ଜୀବଜନ୍ତୁ ମାନେ ନିଜ ବାସ ସ୍ଥାନ ପରିତ୍ୟାଗ କରି ସହର ମୁହାଁ ହେଉଛନ୍ତି। ଖାଦ୍ୟ ଅନ୍ୱେଷଣ ହେଉ କିମ୍ବା ରହିବା ପାଇଁ ହେଉ ସେମାନେ ବାହାରକୁ ବାହାରି ଆସୁଥିବା ଦେଖିବାକୁ ମିଳୁଛି।

ଠିକ୍ ଏଭଳି ଏକ ବିରଳ ଦୃଶ୍ୟ ସମ୍ବଲପୁର ସହର ମଧ୍ୟ ଭାଗ ଲକ୍ଷ୍ମୀ ଟକିଜ ଛକ ରେ ଶନିବାର ସନ୍ଧ୍ୟା ରେ ଦେଖିବାକୁ ମିଳିଛି। ସମଗ୍ର ସମ୍ବଲପୁର ଜ଼ିଲ୍ଲା ରେ ଏବେ ସଟ୍ ଡାଉନ୍ ଜାରୀ ରହିଥିବା ବେଳେ ଗତକାଲି ଲକ୍ଷ୍ମୀ ଟକିଜ ଛକ ବେହେରା ପେଟ୍ରୋଲ ପମ୍ପ ରାସ୍ତା କଡରେ ନାଗ ନାଗୁଣୀ ଖେଳିବା ର ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛି ସମୟ ପରେ କିନ୍ତୁ ସାପ ଦୁଇଟି ରାସ୍ତା କଡ଼ ରେ ଥିବା ଏକ ଗାତରେ ପଶି ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.