Home ଓଡ଼ିଶା ସମ୍ବଲପୁର ବିଶ୍ୱବିଦ୍ୟାଳୟ; ବିକଳ୍ପ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା

ସମ୍ବଲପୁର ବିଶ୍ୱବିଦ୍ୟାଳୟ; ବିକଳ୍ପ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା

417

ସମ୍ବଲପୁର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତକାଲି ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ବିଜ୍ଞାନର ଗଣିତ ସମ୍ମାନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଆଶଙ୍କା ହୋଇଥିଲା। ପ୍ରଶ୍ନପତ୍ର ମୋବାଇଲ୍‌ରେ ଘୂରି ବୁଲୁବାକୁ ଆଖିଆଗରେ ରଖି ସମ୍ବଲପୁର ବିଶ୍ବବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପୂର୍ବରୁ ପଠାଯାଇଥିବା ପ୍ରଶ୍ନ ପତ୍ର ନ ଖୋଲିବାକୁ ନିର୍ଦେଶ ଦେଇଥିଲେ। ପୂର୍ବରୁ କେମିଷ୍ଟ୍ରି ଓ ଜୁଲୋଜି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଏହି କାରଣକୁ ନେଇ ଇ-ମେଲ୍‌ରେ ପଠାଯିବ ପରୀକ୍ଷାର ନୂଆ ପ୍ରଶ୍ନପତ୍ର ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଥିଲେ। ତେବେ ପୁଣି ତୃତୀୟ ଗଣିତ ପ୍ରଶ୍ନପତ୍ର ଲିକ ହେବା ଭାଇରାଲ ହେବା ପରେ ଆଶଙ୍କାକୁ ନେଇ ଶନିବାର ଅପରାହ୍ନ ୧୨ଟା ପରେ ଶେଷ ମୂହୂର୍ତ୍ତରେ ନୂତନ ପ୍ରଶ୍ନପତ୍ର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ମେଲ ଯୋଗେ ପ୍ରେରଣ କରାଯିବା ସହିତ ପୁରାତନ ଗଣିତ ପ୍ରଶ୍ନପତ୍ର ସିଲ ନ ଖୋଲି ଫେରାଇ ନେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। କୌଣସି କାରଣ ନ ଥାଇକି କାହିଁକି ଶେଷମୂହୂର୍ତ୍ତରେ କେବଳ ଏହି ପ୍ରଶ୍ନପତ୍ରର ନୂତନ ବିକଳ୍ପ ପ୍ରଶ୍ନପତ୍ର ବ୍ୟବସ୍ତା କରାଗଲା ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ତେବେ ଏହାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡଃ ସୁର୍ଯ୍ୟନାରାୟଣ ନାୟକଙ୍କୁ ଯୋଗାଯୋଗ କରାଯିବା ଫଳରେ ଯୁକ୍ତ ତିନିର ତୃତୀୟ ଗଣିତ ପ୍ରଶ୍ନପତ୍ର ଲିକ୍‍ହୋଇ ନ ଥିବା ବେଳେ ସତର୍କତା ଅବଲମ୍ବନ କରାଯିବା ପାଇଁ ଗଣିତ ବିକଳ୍ପ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରମାନଙ୍କୁ ଶେଷ ମୂହୂର୍ତ୍ତରେ ପ୍ରେରଣ କରାଯାଇଥିବା ସୂଚନା ଗଣମାଧ୍ୟମକୁ ଦେଇଥିଲେ।

ସୂଚନାଯୋଗ୍ୟ- ସରକାରୀ ବାବୁ ମାନଙ୍କ ଖାମଖିଆଲି ନୀତି ପାଇଁ ରାଜ୍ୟ ଶିକ୍ଷାର୍ଥୀମାନେ ନିରାପଦ ଭାବେ ପରୀକ୍ଷା ଦେଇ ନପାରିବା ଆଜି ସମସ୍ୟା ହୋଇଛି। ପ୍ରତି ବର୍ଷ ବାରମ୍ବାର ପରୀକ୍ଷା ସମୟରେ ପଶ୍ନପତ୍ର ଲିକ୍ ହେବା ନୀରିହ ଶିକ୍ଷାର୍ଥୀଙ୍କ ପାଇଁ ସଂକ୍ରାମକ ରୋଗର ଭାଇରସ୍ ଭଳି ହେବା ଆଲୋଚ୍ୟର ବିଷୟ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ବିଜ୍ଞାନ ପଶ୍ନ ପତ୍ର ଲିକ୍ ହେବା ଆଶଙ୍କା ସୃଷ୍ଟି ହେବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.