Home ଓଡ଼ିଶା ସମ୍ବଲପୁର ଜିଲ୍ଲା ପୁଣି ମନ୍ତ୍ରୀ ପଦରୁ ବଂଚିତ : ବଦଳୁଛି ରାଜନୈତିକ ସମୀକରଣ

ସମ୍ବଲପୁର ଜିଲ୍ଲା ପୁଣି ମନ୍ତ୍ରୀ ପଦରୁ ବଂଚିତ : ବଦଳୁଛି ରାଜନୈତିକ ସମୀକରଣ

1250

ସମ୍ବଲପୁର, – ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାକୁ ଏଥର ମଧ୍ୟ ରାଜ୍ୟ ମନ୍ତ୍ରୀ ମଂଡ଼ଳରେ ଜାଗା ମିଳିଲା ନାହିଁ। ଗତ ଥର ଜିଲ୍ଲାର ଚାରୋଟି ବିଧାନସଭା ଆସନରୁ ତିନୋଟି ଓ ଏକମାତ୍ର ଲୋକସଭା ଆସନରେ ବିଜେଡ଼ିକୁ ସଫଳତା ମିଲିଥିଲା। ଏଥର ତାହା ଦୁଇକୁ ଖସିଛି। ଲୋକସଭା ଆସନ ମଧ୍ୟ ବିଜେଡ଼ି ହାତରୁ ଯାଇଛି। ଆଗକୁ ପୌର ଓ ମହାନଗର ନିର୍ବାଚନ ଥିବାରୁ ଜିଲ୍ଲା ମନ୍ତ୍ରୀ ପଦ ପାଇବ ବୋଲି ଆଶା କରାଯାଉଥିଲା। ଏହି ସମୟରେ ମଧ୍ୟ ରେଢାଖୋଲ ଆସନ ରକ୍ଷା କରିବା ସହିତ ପୁନର୍ବାର ବିଜେଡ଼ି ଟିକଟରେ ଇ. ରୋହିତ ପୂଜାରୀ ବଧାନସଭାକୁ ପୁର୍ବାପେକ୍ଷା ଅଧିକ ଭୋଟ ବ୍ୟବଧାରେ ନିର୍ବାଚିତ ହୋଇଛନ୍ତି। ସେହିଭଳି କୁଚିଂଡ଼ା ରୁ ବିଜେପି ବିଧାୟକଙ୍କୁ ହରାଇ ବିଜେଡ଼ିର କିଶୋର ଚନ୍ଦ୍ର ନାଏକ ବିଧାୟକ ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରତୁକୂଳ ପରିସ୍ତିତିରେ ରୋହିତ ଗଡ଼ରକ୍ଷା କରିବାରେ ସକ୍ଷମ ହୋଇଥିବାରୁ ଓ ଦଳର ସଂସଦୀୟ ପ୍ରାର୍ଥୀଙ୍କୁ ମଧ୍ୟ ସର୍ବାଧିକ ଭୋଟରେ ଅଗ୍ରଣୀ କରାଇଥିବାର, ତାଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ରେଢାଖୋଲବାସୀ ଆଶା କରୁଥିଲେ। ଗତ ଥର ଜିଲ୍ଲା ମନ୍ତ୍ରୀଶୂନ୍ୟ ଥିଲା। ରୋହିତଙ୍କୁ ଉପ ମୁଖ୍ୟସଚେତକ ପଦବୀ ମିଳିଥଲା। ହେଲେ ନବୀନ ବାବୁ ଚଳିତ ଥର ରେଢାଖୋଲ ବିଧାୟକଙ୍କୁ ମନ୍ତ୍ରୀମଂଡ଼ଳରେ ରଖିବେ ବୋଲି ଆଶା କରାଯାଉଥିଲା। ରେଢାଖୋଲ ବିଧାୟକ ସନାତନ ବିଶି ୨୦୦୪-୨୦୦୯ ପାଳିର ୨୦୦୮ରୁ ସ୍ୱାସ୍ତ୍ୟ ମନ୍ତ୍ରୀ ଥିଲେ। ପରେ ଏଠାରୁ ନିର୍ବାଚିତ ପ୍ରସନ୍ନ ଆଚାର୍ଯ୍ୟ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରୀ ପରିଷଦରେ ଅର୍ଥ, ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ, ନିୟୋଜନ, ସାଧାରଣ ଅଭିଯୋଗ ଆଦି ଗୁରୁତ୍ୱ ବହନ କରୁଥିବା ବିଭାଗର ମନ୍ତ୍ରୀ ଥିଲେ। ଗତ ପଂଚାୟତ ନିର୍ବାଚନରେ ମଧ୍ୟ ରେଢାଖୋଲ ର ଭୋଟର ମାନେ ବିଜେଡ଼ିକୁ ବହୁମତ ଦେଇଥିଲେ। ହେଲେ ରେଢାଖୋଲ ବାବଦରେ ମୁଖ୍ୟମନ୍ତ୍ରୀ କଣ ବରାଦ ରଖିଛନ୍ତି ତାହା ସମୟ କହିବ। ଏଣେ ବରିଷ୍ଟ କଂଗ୍ରେସ ବିଧାୟକ ନବ କିଶୋର ଦାସ ନିର୍ବାଚନ ଆଗରୁ ବିଜେଡ଼ିରେ ଯୋଗ ଦେବା ଓ ତୃତୀୟ ଥର ବିଧାୟକ ହୋଇଥିବାରୁ ମନ୍ତ୍ରୀ ହୋଇଛନ୍ତି। ସେ ନିଜ ଝାରସୁଗୁଡ଼ା ସହିତ ଅନ୍ୟ କେତେକ ବିଧାନସଭା ଆସନର ଦାୟୀତ୍ୱରେ ଥିଲେ। ସମ୍ବଲପୁରରେ ମଧ୍ୟ ସଂଗଠନ ରହିଛି। ତାଙ୍କୁ ଦଳରେ ସାମିଲ କଲାବେଳେ ବିଜେଡି ଦେଇଥିବା କଥାକୁ ରକ୍ଷା କରିଛି ବୋଲି ମଧ୍ୟ କୁହାଯାଉଛି। କାରଣ ସେ ମୂଳତ ଏହି ଜିଲ୍ଲାର ବାସୀନ୍ଦା ଅଟନ୍ତି। ଆଗକୁ ରୋହିତ ଓ ନବବାବୁ ଙ୍କୁ ନେଇ ଦଳ ପଶ୍ଚିମ ଓଡ଼ିଶାରେ ସଂଗଠନ ବୃଦ୍ଦି ପାଇଁ ରୁପରେଖ ପ୍ରସ୍ତୁତ କରିଥିବା କୁହାଯାଉଛି। ସେ ଯାହା ହେଉନା କାହିଁକି, ନିର୍ବାଚନ ପରେ ଉଭୟ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ବଜେଡ଼ି ରାଜନୀତି ସମୀକରଣରେ ବଦଳିଛି। ଦଳରେ ନୂଆ ପାବ୍ୱାର ସେଂଟର ଉଭା ହେବାର ସଂଭାବନା ରହିଛି। ୨୦୦୯ ଓ ୨୦୧୪ରେ ନିଜ ପାରମ୍ପାରିକ ଆସନରୁ ନବବାବୁଙ୍କ ଠାରୁ ଅକୃତକାର୍ଯ୍ୟ ହୋଇଥିବା ବରିଷ୍ଟ ବିଜେଡ଼ି ନେତା କିଶୋର ମହାନ୍ତି ଏଥର ବ୍ରଜରାଜନଗର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପରିବର୍ତିତ ସମୟରେ ଉଭୟ ଜିଲ୍ଲାର ପ୍ରଥମେ ରୋହିତ ଓ ଏବେ ନବ ବାବୁଙ୍କ ସହ ଅନେକ କଂଗ୍ରେସ ନେତା ଏବଂ କର୍ମୀ ଚାଲିଆସିଛନ୍ତି। ବିଜେଡ଼ିରେ ନବାଗତ ଓ ପୁରାତନ ଙ୍କୁ ନେଇ ଅଗ୍ରସର ହେବା ସକାଶେ ନବ ବାବୁ, ରୋହିତଙ୍କ ସହ ଦଳ ର ନେତୃବୃନ୍ଦ କଣ ରନନୀତି ଅନୁସରଣ କରିବେ ତାହା ସମୟ କହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.