Home ଓଡ଼ିଶା ରାଜ୍ୟ ମନ୍ତ୍ରୀ ମଂଡ଼ଳରେ ସମ୍ବଲପୁରର ପ୍ରତିନିଧିତ୍ୱ ପାଇଁ ଅନୁରୋଧ

ରାଜ୍ୟ ମନ୍ତ୍ରୀ ମଂଡ଼ଳରେ ସମ୍ବଲପୁରର ପ୍ରତିନିଧିତ୍ୱ ପାଇଁ ଅନୁରୋଧ

530

ସମ୍ବଲପୁର, – ୨-୬ (ଓଡ଼ିଆ ପୁଅ) ବରିଷ୍ଟ ବିଜେଡ଼ି ନେତା ତଥା ମାନେଶ୍ୱର ବ୍ଲକର ଜଣାଶୁଣା ଚାଷୀ ନେତା ଗୋପି ରଞ୍ଜନ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ରାଜ୍ୟ ମନ୍ତ୍ରୀ ପରିଷଦରେ ସମ୍ବଲପୁର ଜିଲ୍ଲାର ବେଜେଡ଼ି ବିଧାୟକଙ୍କୁ ମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଛନ୍ତି। ଗତ ନିର୍ବାଚନରେ ବିପୁଳ ବିଜୟ ଓ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୧୪ ରେ ରାଜ୍ୟ ମନ୍ତ୍ରୀ ମଂଡ଼ଳରେ ସମ୍ବଲପୁର ଜିଲ୍ଲାର କେହି ହେଲେ ସଦସ୍ୟ ନଥିଲେ। ବିଭିନ୍ନ ଐତିହାସିକ କାରଣରୁ ସମ୍ବଲପୁର ଜିଲ୍ଲାର ଗୁରୁତ୍ୱ ବହନ କରେ। ଏବେ ରାଜ୍ୟର ବିକାଶ ସହିତ ତାଳ ଦେଇ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବିକାଶ ଧାରା ଚାଲିଛି। ତେବେ ଏହାକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ବିଶ୍ୱାସ ଓ ଭରଷାକୁ ବଜାୟ ରଖି ଜିଲ୍ଲର ବିଜେଡ଼ି ବିଧାୟକଙ୍କୁ ଆଗାମୀ ପୁନର୍ଗଠନ ବେଳେ ମନ୍ତ୍ରୀ ପଦ ପ୍ରଦାନ ପାଇଁ ଶ୍ରୀ ବେହେରା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.