Home ଓଡ଼ିଶା ସମ୍ବଲପୁର ଜିଲ୍ଲାର ଗ୍ରାମାଂଚଳରେ ୧୦୪୭ ଟି କୂଅ ଖୋଲାଯିବ

ସମ୍ବଲପୁର ଜିଲ୍ଲାର ଗ୍ରାମାଂଚଳରେ ୧୦୪୭ ଟି କୂଅ ଖୋଲାଯିବ

333

ସମ୍ବଲପୁର, ୬/୭ (ଓଡ଼ିଆ ପୁଅ) ଆବଶ୍ୟକ ବେଳେ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ୧, ୦୪୭ଟି କୂଅ ଖୋଲାଯିବ। ୨୦୧୮-୧୯ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ କରିବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ସବୁ କୂଅ ଖନନ କରାଯିବ। ଜିଲ୍ଲାରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବା ପରେ ଗ୍ରାମ୍ୟ ଉନ୍ନୟନ ଏଜେନ୍ସି ଜରିଆରେ ଚାଷୀ ମାନଙ୍କ ଉଦ୍ୟାନ ଓ ଅନ୍ୟାନ୍ୟ ପନିପରିବା ଫସଲ ପାଇଁ ପାଣିର ସୁବିଧ କରିବା ସକାଶେ କୂଅ ଖୋଲାଯିବ। ଗତ ବର୍ଷ ପରୀକ୍ଷାମୂଳକ ଭାବେ ଏକଶହଟି ଏହି ଧରଣର କୂଅ ଖୋଲାଯାଇଥିଲା। ଏହା ସଫଳ ହେବା ପରେ ପ୍ରଶାସନ ଆଉ ଏକ ହଜାର କୂଅ ଖୋଲିବା ପାଇଁ ଧାର୍ଯ୍ୟ କରିଛନ୍ତି। ପ୍ରତ୍ୟେକ କୂଅ ପିଛା ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ବର୍ଷ ଶେଷ ବେଳକୁ ଜିଲ୍ଲାର ଜମନକିରା, ମାନେଶ୍ୱର, ଜୁଜୁମରା, ଧନକଉଡ଼ା, ରେଂଗାଲି, ନାକ୍ଟିଦେଉଲ, ରେଢାଖୋଲ, ବାମରା ଆଦି ବ୍ଲକରେ ୧, ୦୪୭ଟି କୂଅ ଖୋଲାଯିବ। ଏଥିମଧ୍ୟରୁ ବାମରା ବ୍ଲକରେ ସର୍ବାଧିକ ୧୯୧ଟି କୂଅ ଖନନ କରାଯିବାକୁ ଧାର୍ଯ୍ୟ କରାଯାଇଛି। ପ୍ରତି କୂଅର ଗୋଲେଇ ହାରାହରୀ ୧୫ ଫୁଟ ଓ ଗଭୀରତା ତିରିଶ ଫୁଟ ରହିବ ଏବଂ ପ୍ରତି କୂଅ ଦ୍ୱାରା ଏକ ହେକ୍ଟର ଜମିକୁ ପାଣି ମଡ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କୂଅ ମାନଙ୍କରୁ ଦରକାର ସମୟରେ ତତ୍କ୍ଷଣାତ ଜଳସେଚନ ସୁବିଧା ମିଳିପାରିବ। କେବଳ ବର୍ଷା ଉପରେ ନିର୍ଭର କରିଥିବା ଇଲାକାରେ ଏହି ଯୋଜନା ମାଧ୍ୟମରେ ମୈାସୂମୀ ଋତୁରେ ବର୍ଷା ଜଳ ସଂରକ୍ଷଣ କରାଯାଇପାରିବ। ତେବେ ଏହି କୂଅ ମାନଙ୍କରୁ କେବଳ ସୀମିତ ଜମିକୁ ଜଳ ସେଚନ ସକାଶେ ଜଳ ବ୍ୟବହାର କରାଗଲେ ଯୋଜନା ଦୀର୍ଘସ୍ଥାୟୀ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.