Home କୋରାପୁଟ  ସମୂହ ବିକାଶରେ ବିବାଦୀୟ କୋଟିଆ ଗ୍ରାମପୁଞ

 ସମୂହ ବିକାଶରେ ବିବାଦୀୟ କୋଟିଆ ଗ୍ରାମପୁଞ

79

କୋରାପୁଟ ୦୨-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଜୋଟିଆ ଗ୍ରାମ ପଂଚାୟତର ୨୮ ଟି ଗ୍ରାମପୁଞରୁ ୨୧ ଟି ଗ୍ରାମପୁଞ ବିବାଦୀୟ ହୋଇଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ସାମୁହିକ ଉଦ୍ୟମରେ ଏବେ ବିବାଦୀୟ କୋଟିଆ ଗ୍ରାମପୁଞରେ ସମୂହ ବିକାଶ ହୋଇପାରିଥିବା ଜଣାପଡିଛି ।୨୦୧୭ ମସିହା ଅକ୍ଟୋବର ମାସରେ ଆନ୍ଧ୍ରପ୍ରଦେଶ ଅଧିକାରୀମାନେ ଅନୁପ୍ରବେଶ କରି ଲୋକମାନଙ୍କୁ ଲୋଭନୀୟ ସାମଗ୍ରୀ ପ୍ରଦାନ କରି ଗ୍ରାମବାସୀମାନଙ୍କୁ ନିଜ ଆଡକୁ ନେବା ନିମନ୍ତେ ପ୍ରୟାସ କରୁଥିବା  ସେତେବେଳେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ଏକ ଦଳ ଘଟଣାସ୍ଥଳକୁ ଯାଇ ରାଜ୍ୟ ସରକାରଙ୍କୁ ତଥ୍ୟ ପ୍ରଦାନ କରିଥିଲେ ।ଏହାପରେ ରାଜ୍ୟ ସରକାର ଏକ ସ୍ୱତନ୍ତ ଉଚ୍ଚସ୍ତରୀୟ ଦଳ ଗଠନ କରିଥିଲେ ଓ ଉକ୍ତ ସ୍ୱତନ୍ତ୍ର ଦଳ କୋଟିଆ ଆସିଥିଲେ ।ଲୋକମାନଙ୍କର ମତକୁ ନେଇ ରାଜ୍ୟ ସରକାରଙ୍କୁ ଉକ୍ତ ଦଳ ତଥ୍ୟ ପ୍ରଦାନ କରିଥିଲେ ।ରାଜ୍ୟ ସରକାର କୋଟିଆ ନିମନ୍ତେ ୧୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।ପ୍ୟାକେଜ ଘୋଷଣା କରିବା ପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ପଟ୍ଟାଙ୍ଗୀ ବ୍ଲକ ତରଫରୁ ବର୍ଣ୍ଣାପାଡୁ ,କଣାଦୋରା ,ଫଗୁଣସେନେରୀ ଓ ହରମାଡିଙ୍ଗୀରେ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ବିନିମୟରେ ସିସିରୋଡ ନିର୍ମାଣ କାର୍ଯ୍ୟ କରିଥିଲେ ।ଆମ ଗାଁ ଆମ ବିକାଶ ଯୋଜନାରେ ୨୮ ଟି ଗ୍ରାମପୁଞରେ  ପ୍ରତ୍ୟେକ ୧ ଲକ୍ଷ ଟଙ୍କା ବିନିମୟରେ ସଦର ମଣ୍ଡପ ନିର୍ମାଣ କରାଯାଇଛି ।ନେରେଡିବାଲାସାରେ  ୪ ଲକ୍ଷ ଟଙ୍କା ବିନିମୟରେ ଫିଲ୍ଡ ଚାନେଲ ନିର୍ମାଣ କରାଯାଇଥିବା ବେଳେ  ତାଡିବାଲସାରେ ୬ ଲକ୍ଷ ଟଙ୍କା ବିନିମୟରେ ଫିଲ୍ଡ ଚାନେଲ ନିର୍ମାଣ କରାଯାଇଛି ।ଫାଟୁସେନେରୀ ଓ ଧୂଲିପଦର ଗ୍ରାମରେ  ପ୍ରତ୍ୟେକ ୭ ଲକ୍ଷ ଟଙ୍କା ବିନିମୟରେ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ଜଣାପଡିଛି ।ବର୍ଣ୍ଣାପାଡୁ ଗ୍ରାମରେ ୩ ଲକ୍ଷ ଟଙ୍କା ବିନିମୟରେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଡୋଲିଆମ୍ବ ଗ୍ରାମରେ ୨ ଲକ୍ଷ ଟଙ୍କା ବିନିମୟରେ ପାନୀୟଜଳ ଯୋଗାଣ କାର୍ଯ୍ୟ ଶେଷ ହୋଇଯାଇଥିବା ଜଣାପଡିଛି ।ପାନକୁଲବାଲସା ଓ ଗଞେଇପଦରରେ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କମ୍ୟୁନିଟି ହଲ ନିର୍ମାଣ ଶେଷ ହୋଇଯାଇଥିବା ଜଣାପଡିଛି ।କୋଟିଆଠାରୁ କାଡ୍ରାକା ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କରେ ରାସ୍ତା ନିର୍ମାଣ ସେଷ କରାଯାଇଥିବା ବେଳେଫଗୁଣସେନେରୀ ଠାରୁ ଫାଟୁସେନେରୀ ପର୍ଯ୍ୟନ୍ତ ରାସ୍ତା  ୫ ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ କରାଯାଇଥିବା ବେଳେଆରଡି ରୋଡ ଠାରୁ ଡୋଲିଆମ୍ଭ ପର୍ଯ୍ୟନ୍ତ  ୧୦ ଲକ୍ଷ ଟଙ୍କା ବିନିମୟରେ ରାସ୍ତା ନିର୍ମାଣ କରାଯାଇଥିବା ଜଣାପଡିଛି । ଆର୍ଜୁବାଲସା ,ବର୍ଣ୍ଣାପାଡୁ ,ଧୂଲିପଦର ,ଡୋଲିଆମ୍ଭ ,ଗଞେଇପଦର , ତଳ ଗଞେଇପଦର , ଉପର ଗଞେଇପଦର ,ହରମାଡିଙ୍ଗୀ ,କଣାଦୋରା ,ମାଡକାର ,ମହିପାଣୀ ,ନେରେଡିବାଲସା,ପନିକି , ତଳ ପନିକି ,ଉପର ପନିକି ,ଫଗୁଣସେନେରୀ ,ଫାଟୁସେନେରୀ ,ରଣାସିଂ ,ସଲପଗୁଡା ,ସିଡିବାଲସା,ସିମାଗଡା ,ତାଡିବାଲସା,ତଳସେମ୍ବି ,ଉପରସେମ୍ବି ,ଜାନିଗୁଡା , କୋଟିଆ ,ଝଙ୍କଡାବାଲସା ପ୍ରଭୃତି ଗ୍ରାମର ୭୭୦ ଜଣ ହିତାଧିକାରୀମାନଙ୍କୁ ପେନସନ ପ୍ରଦାନ କରାଯାଉଥିବା ଜଣାପଡିଛି ।ଭିନ୍ନକ୍ଷମମାନଙ୍କୁ ନେଇ ଗୋଟିଏ ସ୍ୱୟଂ ସହାୟକଜ ଗୋଷ୍ଠୀ ଗଠନ କରାଯାଇଆଛି ।୧୧ ଜଣ ଭିନ୍ନକ୍ଷମଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ୨ ଜଣଙ୍କୁ  ବାଣିଶ୍ରୀ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ୨ ଜଣଙ୍କୁ ଡିଆରଆଇ ରୁଣ ପ୍ରଦାନ କରାଯାଇଥିବା ଜଣାପଡିଛି ।କୋଟିଆରେ ୫୨.୫୨ ଲକ୍ଷ ଟଙ୍କା ବିନିମୟରେ ଏକ  ୧୦ ଶଯ୍ୟା ବିଶିଷ୍ଠ ପ୍ରାଥମିକ ସ୍ୱାସ୍ଥ୍ୟ (ନୂତନ) ନିର୍ମାଣ ଶେଷ ହୋଇଥିବା ଜଣାପଡିଛି ।୨୫ ଲକ୍ଷ ଟଙ୍କା ବିନିମୟରେ ଏକ ସବକେନ୍ଦ୍ର ନିର୍ମାଣ ଶେଷ ହୋଇଥିବା ବେଳେ ୨୬.୬୪ ଲକ୍ଷ ଟଙ୍କାରେ ଡି ଟାଇପ କ୍ୱାଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୫୯.୧୨ ଲକ୍ଷ ଟଙ୍କାରେ ଇ ଟାଇପ କ୍ୱାଟର ଓ ୭୦ ଲକ୍ଷ ଟଙ୍କାରେ ଏଫ ଟାଇପ କ୍ୱାଟର ନିର୍ମାଣ ଶେଷ ହୋଇଥିବା ଜଣାପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କୋଟିଆରୁ ମାଡକାର ପର୍ଯ୍ୟନ୍ତ ୬ କୋଟି ଟଙ୍କାରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି ।ସେହିପରି ଦେଓମାଳି ଛକରୁ କୋଟିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଶେଷ ହୋଇଯାଇଛି । ଗ ଞେଇପଦରଠାରେ  ୫ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏକାଡେମିକ ବ୍ଲକ , ୩୦୦ ଶଯ୍ୟା ବିଶିଷ୍ଠ ବାଳକ ହଷ୍ଟେଲ  ଓ ୨୦୦ ଶଯ୍ୟା ବିଶିଷ୍ଠ ବାଳିକା ହଷ୍ଟେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି ।ଯୋଗାଯୋଗ ନିମନ୍ତେ କୋଟିଆଠାରେ ଏକ ବିଏସଏନଏଲ ମୋବାଇଲ ଟାଓାର ନିର୍ମାଣ ଶେଷ ହୋଇଯାଇଛି ।କୋଟିଆରୁ ଏକ ସରକାରୀ ବସ ଚଳାଚଳ କରୁଛି ।କୋଟିଆଠାରେ ସପ୍ତାହିକ ହାଟ ନିମନ୍ତେ ମାର୍କେଟ ପିଣ୍ଡି ନିର୍ମାଣ କରାଯାଇଛି ।ଆସନ୍ତା ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫେରେନ୍ସ ମାଧ୍ୟମରେ ଉନ୍ନୟନ କାର୍ଯ୍ୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.