Home ଜିଲ୍ଲା ପରିକ୍ରମା ସମୀକ୍ଷାଧର୍ମୀ ପତ୍ରିକା ‘ଆକଳନ’ ର ଭୂମିକା ଅନନ୍ୟ, ‘ଆକଳନ’ ର ଶାରଦୀୟ ସାହିତ୍ୟ ଆସର

ସମୀକ୍ଷାଧର୍ମୀ ପତ୍ରିକା ‘ଆକଳନ’ ର ଭୂମିକା ଅନନ୍ୟ, ‘ଆକଳନ’ ର ଶାରଦୀୟ ସାହିତ୍ୟ ଆସର

17

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମୀକ୍ଷା ସମୃଦ୍ଧ ସମାଲୋଚନା ପତ୍ରିକା ‘ଆକଳନ’ର ଭୂମିକା ଅନନ୍ୟ । ଏହା ଓଡ଼ିଆ ପତ୍ରିକା ଜଗତରେ ଏକ ଆନ୍ଦୋଳନ । ଓଡ଼ିଆ ସାହିତ୍ୟରେ ଖୁବ୍ ପାରଙ୍ଗମ, ଅଥଚ ଅନାଲୋଚିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାରେ ଆକଳନ ପତ୍ରିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଆଜି ଭଦ୍ରକ ମହେନ୍ଦ୍ର ଭବନରେ ଅନୁଷ୍ଠିତ ଆକଳନର ଶାରଦୀୟ ସାହିତ୍ୟ ଆସରରେ ମୁଖ୍ୟଅତିଥି କଥାକାର ପ୍ରାଧ୍ୟାପକ ଡ. ଝରଣା ପଟ୍ଟନାୟକ କହିଛନ୍ତି । ଭଦ୍ରକ ଲେଖିକା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କଥାକାର ତଥା ସାହିତ୍ୟ ଏକାଡେମୀ ସମ୍ମାନ ପ୍ରାପ୍ତ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ପତ୍ରିକାର ସଂପାଦକ ପ୍ରଫେସର ଡ. ଶଶଧର ଦାସ ବ୍ୟକ୍ତିଗତ କାର୍ଯ୍ୟରେ ସୁଦୂର ବାଙ୍ଗାଲୋରରେ ଥିବାରୁ ଅନ୍ୟତମ ସଂପାଦନା ସହଯୋଗୀ କବି ଭରତ ଚନ୍ଦ୍ର ଦାଶ ମଂଚ ଆହ୍ୱାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ପ୍ରଫେସର ଡ. ଝରଣା ପଟ୍ଟନାୟକ ‘ଆକଳନ ଏକ ସାରସ୍ୱତ ଆନ୍ଦୋଳନ’ ଶୀର୍ଷକରେ ଆଲୋଚନା କରି ଉପରୋକ୍ତ ମନ୍ତବ୍ୟ ଦେବା ସହ ଏହାର ଶରତ ସଂଖ୍ୟା ପାଠକାର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ଯୋଗଦେଇ ଆକଳନ ପତ୍ରିକାର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରି ପ୍ରବନ୍ଧ ପଢିବା ପାଇଁ ପାଠକୀୟ ପ୍ରବୃତ୍ତି ଓ ଆନ୍ତରିକତା ରହିବା ଆବଶ୍ୟକତା ବୋଲି କହିଥିଲେ । ନବୀନକୃଷ୍ଣ ଚାନ୍ଦଙ୍କ ଇତିହାସକୁ ସୁନ୍ଦର ଭାବେ ଅନୁଶୀଳନ କରି ବିଲୁପ୍ତ କାହାଣୀକୁ ପାଠକ ଆଗରେ ପୁନର୍ଜୀବିତ କରିଥିଲେ ଡ. ମହାପାତ୍ର । ସଭା ମୁଖ୍ୟ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ ଗଦ୍ୟ ରୀତିର ନବଦିଗନ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପତ୍ର ଓ ପ୍ରତିମା’ ଉପରେ ଆଲୋଚନା କରିଥିଲେ । ପ୍ରଫେସର ଡ. ସୋମା ଚାନ୍ଦ ସୌଜନ୍ୟ ସମ୍ଭାଷଣ ପ୍ରଦାନ କରି ନିଜ ପିତା ସ୍ୱର୍ଗତଃ ନବୀନ କୃଷ୍ଣ ଚାନ୍ଦ ଜୀବନ, ସାଧନା ଓ ସାରସ୍ୱତ କୃତୀର ସ୍ମୃତିଚାରଣ କରିଥିଲେ । ଶେଷରେ ସାମ୍ବାଦିକ କବି ପ୍ରମୋଦ ରାୟ ଧନ୍ୟବାଦ ଦେଇଥିଲେ । ଭଦ୍ରକ ଲେଖିକା ସଂସଦର ସମସ୍ତ କର୍ମକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.