Home ଜିଲ୍ଲା ପରିକ୍ରମା ସମିତି ସଂପାଦକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ଟାଳଟୁଳ ନୀତି, ଧାରଣା ଚେତାବନୀ

ସମିତି ସଂପାଦକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ଟାଳଟୁଳ ନୀତି, ଧାରଣା ଚେତାବନୀ

16

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ବସନ୍ତରାଜ ସାହୁ ସମିତିର ଅର୍ଥ ତୋଷାରପାତ କରିବା ସହ ବେଆଇନ୍ ଭାବେ ଋଣ ପ୍ରଦାନ କରିବା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣାର ଚେତାବନୀ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଗୋଟିଏ ପରିବାରର ୧ ଏକର ୮୫ ଡି. ଜମି ଦେଖାଇ ବେଆଇନ୍ ଭାବେ ୨୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା ନେଇ ସଂପାଦକ ଶ୍ରୀ ସାହୁଙ୍କ ନାମରେ ଅଭିଯୋଗ ହୋଇଥିଲା । ଏଥିନେଇ ଉକ୍ତ ସମିତିର ସଦସ୍ୟ ତଥା ରାଧାବଲ୍ଲଭପୁର ପଂଚାୟତର ପୂର୍ବତନ ସରପଞ୍ଚ ବିଶ୍ୱରଂଜନ ଘଡେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଫଳରେ ଡବ୍ଲ୍ୟୁପି (ସି) ନଂ ୩୬୧୩୯/୨୨ ରେ ଉଚ୍ଚ ନ୍ୟାୟାଳୟ ଜିଲାପାଳଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଭଦ୍ରକ ଜିଲାପାଳ ଘଟଣାର ମିଳିତ ତଦନ୍ତ କରି ସମବାୟ ଉପନିବନ୍ଧକ ଓ ଜୋନାଲ ଅଫିସରଙ୍କ ତଦନ୍ତ ମୂଳେ ରିପୋର୍ଟ ପାଇ ଉପନିବନ୍ଧକ ବାଲେଶ୍ୱରଙ୍କୁ ସଂପାଦକ ଶ୍ରୀ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବଂ ସହକାରୀ ଉପନିବନ୍ଧକ ଗତମାସ ୨୧ ତାରିଖରେ ତାଙ୍କର ଚିଠି ନଂ ୫୦୭୮/୨୩ ରେ ଉକ୍ତ ସମିତିର ସଭାପତିଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶକ କ୍ରମେ ଭାରପ୍ରାପ୍ତ ସଂପାଦକ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଉଭୟ ଶୃଙ୍ଖଳାଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମବାୟ ନିବନ୍ଧକ ନିର୍ଦ୍ଦେଶ ଦେଇଥିଲେ ।

ପରନ୍ତୁ ସମିତିର ସଭାପତି ଦେବାଶିଷ ମହାନ୍ତି ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି ସଂପାଦକଙ୍କୁ ଘଣ୍ଟ ଘୋଡାଇଛନ୍ତି । ଏବଂ ଶ୍ରୀ ମହାନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଗଡିଯାଇଥିଲେ ବି କେବଳ ସଂପାଦକଙ୍କୁ ସୁରକ୍ଷା ଦେବାପାଇଁ ନିଜେ ସଭାପତି ଚିଠି ନଂ ୯୨/୨୩, ତା୨୬.୦୮.୨୩ ରିଖରେ ଭାରପ୍ରାପ୍ତ ସଂପାଦକ ଶ୍ରୀ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୧୫ଦିନ ମଧ୍ୟରେ ସନ୍ତୋଷ ଜନକ ଉତ୍ତର ଦେବାକୁ ସଭାପତି ଚିଠିଟିଏ କରି ନିଜ ଉପରୁ ଦୋଷ ଛଡାଇଛନ୍ତି । ଅପରପକ୍ଷେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ସଭାପତି ସଂପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଯୋଗକାରୀ ଶ୍ରୀ ଘଡେଇ ଗତମାସ ୨୯ ରେ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଧାରଣାଦେବେ ବୋଲି ଚେତାବନୀ ଦେଇଛନ୍ତି । ଏଥିନେଇ ଭଦ୍ରକ ଉପନିବନ୍ଧକ ପ୍ରଚିତା ଜେନା ତାଙ୍କର ଚିଠି ନଂ ୫୨୫୫/୨୩, ତା ୦୧.୦୯.୨୩ ରିଖ ସଂପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ସଭାପତି ସରକାରୀ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ସମିତି ଆଗରେ ଧାରଣା ଦେବାର ଚେତାବନୀ ଦେବେ ବୋଲି ବାଲେଶ୍ୱର ଉପନିବନ୍ଧକଙ୍କୁ ଜଣାଇଛନ୍ତି । ତେବେ ଏଥିନେଇ ଖୁବଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପନିବନ୍ଧକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.