Home ଜିଲ୍ଲା ପରିକ୍ରମା ସମାଜସେବୀ ଲକ୍ଷ୍ମୀଧର ସୁଆରଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ସମାଜସେବୀ ଲକ୍ଷ୍ମୀଧର ସୁଆରଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

76

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଚଂଳ ଅର୍ନ୍ତଗତ ଗରଦପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଥାନାଧିକାରୀ ଲକ୍ଷ୍ମୀଧର ସୁଆରଙ୍କ ବିୟୋଗରେ ଗ୍ରାମବିକାଶ କମିଟି ଆନୁକୂଲ୍ୟରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ଭାଗିରଥି ପାଠାଗାର ପରିସରରେ ମଂଚର ସଭାପତି, ଶିକ୍ଷାବିତ୍‌, ଲକ୍ଷ୍ମଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଶ୍ରୀ ସୁଆରଙ୍କ ଡଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ସୁଆର ନିଜର ମଧୁର ବ୍ୟବହାର, ପରୋପକାରିତା, ସାଧୁତା ତଥା ପ୍ରତ୍ୟୁତ୍ନମତି ଗୁଣ ଯୋଗୁଁ ସମସ୍ତଙ୍କ ହୃଦୟରେ ଚିରସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ଦିବଂଗତ ଶ୍ରୀ ସୁଆର ଜଣେ କର୍ତବ୍ୟନିଷ୍ଠ, ସଚ୍ଚୋଟ ତଥା ଜଣେ ଦକ୍ଷ ପ୍ରଶାସକ ଭାବରେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ ଏବଂ ତାଙ୍କର ଆକସ୍ମିକ ବିୟୋଗ ସାମଗ୍ରିକ ଭାବେ ଏହି ଅଚଂଳର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ସଭ୍ୟ ମାନେ ମତ ପ୍ରକାଶ କରିଥିଲେ । ସର୍ବଶ୍ରୀ ରବିନାରାୟଣ ଜେନା, ମନୋରଞ୍ଜନ ମହାନ୍ତି, ରାମଚନ୍ଦ୍ର କର, ଅଶୋକ କୁମାର ମହାପାତ୍ର, ନରେନ୍ଦ୍ର ମହାପାତ୍ର, ଅଶୋକ କୁମାର ଦାସ, ସୁବାସ ସୁନ୍ଦର ଦାସ, ହରିହର ମହାନ୍ତି, ଅନିଲ କୁମାର ନାୟକ, ସୁଶାନ୍ତ କୁମାର ବାରିକ ଇତ୍ୟାଦି ସ୍ମୃତି ଚାରଣ କରିଥିଲେ । ଗ୍ରାମ ବିକାଶ କମିଟିର ସମ୍ପାଦକ ହୃଷିକେଶ ମହାନ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନାଟ୍ୟକାର ବିଜୟ କୁମାର ବହଳୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.