Home ଜିଲ୍ଲା ପରିକ୍ରମା ବିଡିଓଙ୍କ ମୁଣ୍ଡରେ ଲଦିଲେ ଦୋଷ, କମିଶନଙ୍କୁ ପୁନଃଗଣତି ଦରଖାସ୍ତ, ବନ୍ଦାଳୋ ସରପଞ୍ଚ ପ୍ରାର୍ଥିନୀ ୨ ଭୋଟରେ...

ବିଡିଓଙ୍କ ମୁଣ୍ଡରେ ଲଦିଲେ ଦୋଷ, କମିଶନଙ୍କୁ ପୁନଃଗଣତି ଦରଖାସ୍ତ, ବନ୍ଦାଳୋ ସରପଞ୍ଚ ପ୍ରାର୍ଥିନୀ ୨ ଭୋଟରେ ପରାଜୟ ଘଟଣା

65

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ୨୨ ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ସରପଞ୍ଚ ପ୍ରାର୍ଥିନୀ ସବିତା ସାହୁଙ୍କୁ ବିଡିଓ ମାତ୍ର ୨ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି । ସବିତାଙ୍କ ଗଣତି ଏଜେଣ୍ଟପ୍ରଫୁଲ୍ଲ ସାହୁଙ୍କ ଉପସ୍ଥିତିରେ ଲଙ୍ଗଳ ଚିହ୍ନ ସପକ୍ଷରେ ୧୧୯୩ ଭୋଟ ପଡିଥିବା ସୂଚନା ମିଳିଥିଲା । ପ୍ରତିଦ୍ୱନ୍ଦି ବିଶ୍ୱନାଥ ସାହୁଙ୍କ ଖୋଲାଛତା ଚିହ୍ନକୁ୧୧୯୦ ଭୋଟ ପାଇ ପରାଜିତ ହୋଇଥିଲେ ବୋଲି ମଧ୍ୟ ସୂଚନା ଦିଆଯାଇଥିବା ବେଳେ ନିର୍ବାଚନ ଅଧିକାରୀ ତଥା ବିଡିଓ ବିଶ୍ୱନାଥଙ୍କୁ ୨ ଭୋଟରେ ବିଜୟୀ ଘୋଷଣା କରିଥିଲେ । ଗଣତି ଏଜେଣ୍ଟ ପୁନଃଗଣତି ପାଇଁ ଦାବି କରିଥିଲେ ହେଁ ବିଡିଓ ଶୁଣିନଥିଲେ । ନିରପେକ୍ଷ ଭାବେ ଗଣତି କରାଯାଇ ନାହିଁ । ଏଥିପାଇଁ ପୁନଃଗଣତି କରିବାକୁ ପ୍ରାର୍ଥିନୀ ସବିତା ସାହୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଲିଖିତ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.