Home କେନ୍ଦୁଝର ଅଁରାରେ ବିଜେଡିର ମିଶ୍ରଣପର୍ବ

ଅଁରାରେ ବିଜେଡିର ମିଶ୍ରଣପର୍ବ

36

ହାଟଡ଼ିହି-୧୮ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୁଳ ସ୍ତରରୁ ବିଜେଡି ସଂଗଠନକୁ ସଅଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପାଗଳ ଯେନା, ନାରାୟଣ ଯେନା, ରତ୍ନାକର ଯେନା, ହରିହର ଯେନା, ସନ୍ତୋଷ ଯେନା, ପଦ୍ମନାଭ ଯେନା, ରଞ୍ଜନ ଯେନା, ସୁଦର୍ଶନ ଯେନା, ଟୁଟୁ ଯେନା, ରବିନ୍ଦ୍ର ମଲ୍ଲିକ, କାର୍ତ୍ତିକେଶ୍ୱର ମଲ୍ଲିକ, ପଦୁ ମଲ୍ଲିକ, ସାଦୁନାଥ ମଲ୍ଲିକ, ଯଦୁନାଥ ମଲ୍ଲିକ, ମାଧ ମଲ୍ଲିକ, ରୋହିତ ଯେନା, ଅପର୍ତ୍ତି ଯେନା, ପୁର୍ଣ୍ଣଚନ୍ଦ୍ର ଯେନା, ଲକ୍ଷ୍ମୀଧର ଯେନା, ବନମାଳୀ ଯେନା, ବାବନ ଯେନା, ଅଲେଖ ଯେନାଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ଲୋକ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ବିଜେଡି ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳିଗାଁ ସରପଞ୍ଚଅମରେନ୍ଦ୍ର ଧଳ, ଗୌରାଙ୍ଗ ରଣା, ରଞ୍ଜନ ପହି, ପ୍ରଦୀପ ଜେନା, ମଥୁରା ସା, ବିଶ୍ୱମ୍ବର ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.