Home ଜିଲ୍ଲା ପରିକ୍ରମା ସମାଜସେବୀ ଗୀତାଞ୍ଜଳି ବିଶ୍ୱାଳଙ୍କ ଦେହାନ୍ତ

ସମାଜସେବୀ ଗୀତାଞ୍ଜଳି ବିଶ୍ୱାଳଙ୍କ ଦେହାନ୍ତ

20

ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଆଇସିଡିଏସ ବିଭାଗର ଅବସରପ୍ରାପ୍ତ ଅଧିକାରୀ ସମାଜସେବୀ ଗୀତାଞ୍ଜଳି ବିଶ୍ୱାଳଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ୬୯ ବର୍ଷ ହୋଇଥିଲା। ଗତ କିଛିଦିନ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିିତ ଥିଲେ। ଘରେ ଥିବା ବେଳେ ସକାଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ଆଣିବାକୁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ଦୁଇପୁଅ ମିତ୍ରକାନ୍ତ ବିଶ୍ୱାଳ ଓ ଚିନ୍ମୟ ବିଶ୍ୱାଳଙ୍କ ସମେତ ପରିବାରର ସମସ୍ତ ବ୍ୟକ୍ତି ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ସହରର ବହୁ ବିଶିିଷ୍ଟ ବ୍ୟକ୍ତି ସୁନହଟସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ ସହ ପରିବାର ଲୋକଙ୍କୁ ସମବେଦନ ଜଣାଇଥିଲେ। ଦିଗରହଣିଆ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠପୁତ୍ର ମିତ୍ରକାନ୍ତି ବିଶ୍ୱାଳ ମୁଖାଗ୍ନି ଦେଇଥିଲେ। ସ୍ୱାମୀ ବିଜୟ କୁମାର ବିଶ୍ୱାଳଙ୍କର ମୃତ୍ୟୁ ପରେ ଘରର ସମସ୍ତଙ୍କ ଦାୟତ୍ୱ ନେବା ସହ ଚାକିରି କ୍ଷେତ୍ରରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରୁଥିଲେ ସେ। ଅବସର ପରେ ସମାଜସେବାରେ ନିଜକୁ ସକ୍ରିୟ ରଖିବା ସହ ଦୁଇପୁତ୍ରଙ୍କୁ ବି ସେହିଭଳି କାର୍ଯ୍ୟ ପାଇଁ ସର୍ବଦା ଉତ୍ସାହିତ କରୁଥିଲେ। ତାଙ୍କଭଳି ଜଣେ ପରୋପକାରୀ, ମେଳାପୀ, ଧର୍ମପରାୟଣା ତଥା ଦରଦୀ ବ୍ୟକ୍ତିତ୍ୱଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.