Home ଜିଲ୍ଲା ପରିକ୍ରମା ସମାଜସେବି ଓ ଖବରକାଗଜ ବିକ୍ରେତା ଙ୍କ ଶ୍ରଦ୍ଧାଜଂଳି ସଭା ଓ ଭଜନ ସମାରୋହ

ସମାଜସେବି ଓ ଖବରକାଗଜ ବିକ୍ରେତା ଙ୍କ ଶ୍ରଦ୍ଧାଜଂଳି ସଭା ଓ ଭଜନ ସମାରୋହ

112

ମାଲକାନଗିରି,୫ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ପ୍‌୍ରଥମ ଖବରକାଗଜ ବିକ୍ରେତା ବରିଷ୍ଠ ନାଗରିକ ସମାଜ ସେବି ଆର.ସଦାନନ୍ଦ ପଟନାୟକ ଙ୍କ ଶ୍ରଦ୍ଧାଜଂଳି ସମାରୋହ ସ୍ଥାନୀୟ ପାତ୍ରଗୁଡା ସାହି ର ଶ୍ରୀ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇ ଯାଇଛି । ସ୍ୱର୍ଗତ ପଟନାୟକ ଜଣେ ଅବସରପ୍ରାପ୍ତ ସରକାରି କର୍ମଚାରୀ ଥିଲେ । ତାଙ୍କର ଅବସର ପରେ ଜିଲ୍ଲାରେ ପ୍ରଥମ ଥରକରି ଏକ ଭୌରବୀ ନିୟୁଜ ଏଜେନ୍ସି ନାମରେ ଏକ ପୁସ୍ଥକାଳୟ ପ୍ରତିଷ୍ଠା କରି ବିଭିନ୍ନ ଦୈନିକ,ସପ୍ତାହିକ,ମାସିକ ଖବରକାଗଜ ଓ ପତ୍ରପତ୍ରୀକାର ପ୍ରଥମ ବିକ୍ରେତା ଭାବେ ଦାଇତ୍ୱ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ସୁଚାରୁଭାବେ ବିତରଣ କରୁଥିଲେ । ସେ ଗତ କିଛି ଦିନ ଧରି ହୃଦଘାତ ରୋଗରେ ପଡିତ ଥିଲେ,ତାଙ୍କର ଗତ ୨୧ତାରିଖ ଦିନ ଦେହାନ୍ତ ହୋଇଗଲା, ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସାଇ ମନ୍ଦିର ପରିସରେ ଶ୍ରଦ୍ଧାଜଂଳି ସଭା ସହ ଭଜନ ସମାରୋହ ଅନୁଷ୍ଟିତ ହୋଇ ଯାଇଛି । ଆରକ୍ଷୀ ଝଙ୍କାର ଓ ସ୍ଥାନୀୟ କଳାକାର ମାନଙ୍କ ପକ୍ଷରୁ ଏହି ଶ୍ରଦ୍ଧାଜଂଳି ସଭାରେ ଭଜନ ପରିବେଶଷଣ କରାଯାଇଥିଲା । ଏହି ଶ୍ରଦ୍ଧାଜଂଳି ସଭାରେ ଜିଲ୍ଲା ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ବରିଷ୍ଟ ନିଗାରିକ ଗଙ୍ଗାଧରବରୁଦା,ପ୍ରକାଶ ଚନ୍ଦ୍ର ପଟନାୟକ,ମନୋଜ ସାହୁ,ବାଲା ପାଢୀ,ଭସ୍କରଚନ୍ଦ୍ର ବେହେରା,ରତ୍ନାକରଦାଶ, ଗୋପିକୃଷ୍ଣପଟନାୟକ, ନିରଜଂନ ପଣ୍ଡା,ସୁକାନ୍ତ ସାହୁ,ପ୍ରମୁଖ ବିଶିଷ୍ଠ ବ୍ୟକ୍ତି ,ବରିଷ୍ଠ ନାଗରିକ, ସାମ୍ବାଦିକ,ବୁଦ୍ଧିଜୀବୀ ,ସହରବାସୀ ଉପସ୍ଥିତ ରହି ସ୍ୱାର୍ଗତ ପଟନାୟକ ଙ୍କ ପତ୍ନୀ ଆର.ବିଜୟ ଲକ୍ଷମୀ ପଟନାୟକ, ପୁତ୍ର ଇଶ୍ୱରପ୍ରସାଦ ପଟନାୟକ,ରବିଶଙ୍କର ପଟନାୟକ ଓ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ସହ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିବାସହତି ଶ୍ରଦ୍ଧାଜଂଳି ଜଣାଇଥିଲେ । ଏହି ଶ୍ରଦ୍ଧାଜଂଳି ସଭାରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.