Home ଜିଲ୍ଲା ପରିକ୍ରମା ସମାଜସେବା ନାରେ କଳଙ୍କ, ଝିଅ ଆତ୍ମହତ୍ୟା ପଛରେ ସମାଜସେବୀ

ସମାଜସେବା ନାରେ କଳଙ୍କ, ଝିଅ ଆତ୍ମହତ୍ୟା ପଛରେ ସମାଜସେବୀ

52

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ଅଞ୍ଚଳର ୨ ନଂ ୱାର୍ଡର ରଶ୍ମିରଂଜନ ସାହୁ ନାମକ ଯୁବକ ନିଜକୁ ସାମ୍ବାଦିକ ଓ ସମାଜସେବୀ କହି ଲୋକଙ୍କୁ ଭୁଆଁ ବୁଲାଇବା ସହିତ ଦିନରେ ସମାଜସେବା ଓ ରାତିରେ ନାରୀ ସେବାରେ ବ୍ୟସ୍ତଥିବାର ଆଲୋଚନା ଓ ଖୁବ୍ ଚର୍ଚ୍ଚା ହେଉଛି। କିଛି ସାମ୍ବାଦିକମାନଙ୍କୁ ହାତରେ ରଖି ନିଜର ଅପକର୍ମକୁ ଲୁଚାଇବା ପାଇଁ ସମାଜସେବୀ ରୂପ ଧାରଣ କରିଥିବା ଅଭିଯୋଗ ହେଉଛି। ପୂର୍ବରୁ ଜନୈକ ଯୁବତୀ ସହିତ ଏକ ହୋଟେଲରେ ଅନ୍ତରଙ୍ଗ ଦୃଶ୍ୟ ଭାଇରାଲ ହୋଇଥିଲା। ତାହା ତାଙ୍କର କିଛି ସାମ୍ବାଦିକମାନଙ୍କ ସହଯୋଗ ଓ ନେତାଙ୍କ ଚାପରେ ଚାପି ହୋଇଗଲା। ଏବେ ପୁଣି ଜଣେ ନିରୀହ ହରିଜନ ଯୁବତୀ ତାଙ୍କ ପାଇଁ ଜୀବନ ହରାଇଲା ବୋଲି ଅଭିଯୋଗ ହୋଇଛି। ଏମାନଙ୍କ ସଂପର୍କ ଓ କୌଣସି ବିବାଦକୁ ନେଇ ଝିଅଟି ଗତକାଲି ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଭଦ୍ରକ ମୁଖ୍ୟ ଡାକ୍ତରଖାନା ସାମ୍ନାରେ ମୃତ ଝିଅର ପରିବାର ଓ ଗ୍ରାମବାସୀମାନେ ଉକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବିରେ ରାସ୍ତାରୋକ କରିଛନ୍ତି। ଦେଖିବା ଏହି ଘଟଣାରେ ଭଦ୍ରକ ପୁଲିସ୍ ଓ ସାମ୍ବାଦିକମାନେ କଣ କରୁଛନ୍ତି। ଏ ଗରିବ ପରିବାରକୁ ନ୍ୟାୟ ଦେଉଛନ୍ତି ନା ଏ ଛଦ୍ମବେଶୀ ସମାଜସେବୀକୁ ସମର୍ଥନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.