Home କଟକ ସମାଜକୁ ସୁଧାରିବାରେ ସମ୍ବାଦପତ୍ରର ବଳିଷ୍ଠ ଭୂମିକା ରହିଛି

ସମାଜକୁ ସୁଧାରିବାରେ ସମ୍ବାଦପତ୍ରର ବଳିଷ୍ଠ ଭୂମିକା ରହିଛି

28

କଟକ, ୨୫/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ସାଧାରଣ ଲୋକଙ୍କ ସମସ୍ୟାବଳୀକୁ ଲୋକଲୋଚନକୁ ଆଣିବାର ପ୍ରମୁଖ ମାଧ୍ୟମ ହେଉଛି ସମ୍ବାଦପତ୍ର। ବିଶେଷକରି କୌଣସି ଗୁରୁତ୍ବପୂର୍ଣ୍ଣ ଘଟଣା ବା ପ୍ରସଙ୍ଗ ଉପରେ ସମ୍ବାଦପତ୍ରରେ ପ୍ରକାଶ ପାଉଥିବା ବିଶ୍ଳେଷଣାତ୍ମକ ଲେଖା ଜନଚେତନା ଜାଗ୍ରତ କରିବା ସହିତ ସମାଜକୁ ପ୍ରଗତିଶୀଳ କରି ଗଢ଼ି ତୋଳିବାରେ ସହାୟକ ହୋଇଥାଏ।

ଓଡ଼ିଆ ସମ୍ବାଦ ପତ୍ର ‘ହିମ୍ମତ୍’ ଏହି ଆଭିମୁଖ୍ୟକୁ ନେଇ ବେଶ୍ ନିଷ୍ଠାର ସହିତ ଅଗ୍ରସର ହେଉଛି ବୋଲି ଏହାର ନବମ ସ୍ବ ନକ୍ଷତ୍ର ଲୋକାର୍ପଣ ଉତ୍ସବ ରେ ଯୋଗଦାନ କରି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିବା ସହିତ ଉଚ୍ଚ ପ୍ରଂଶସା କରିଛନ୍ତି। ରବିବାର ଅପରାହ୍ନରେ ସ୍ଥାନିୟ ଲିଙ୍କ୍ ରୋଡ଼ ସ୍ଥିତ ମନିଷା କନଫରେନ୍ସ ହଲ୍ ରେ ସଂପାଦକ କମଳାକାନ୍ତ ଦାଶଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉତ୍ସବ ରେ ଦୈନିକ ସମାଜ ଖବରକାଗଜର ପୂର୍ବତନ କାର୍ଯ୍ୟନିର୍ବାହୀ ସଂପାଦକ ଡଃ ସତ୍ୟ ରାୟଙ୍କ ସଭାପତିତ୍ବରେ କଟକ ମହାନଗର ନିଗମର ପୂର୍ବତନ ଡେପୁଟି ମେୟର ସମାଜସେବୀ ଅଜୟ ବାରିକ୍ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ପୂର୍ବ ପ୍ରାନ୍ତର ସଂପର୍କ ପ୍ରମୁଖ ଅଧିବକ୍ତା ସର୍ବେଶ୍ୱର ବେହେରା ମୁଖ୍ୟ ବକ୍ତା, ସହ ଆରକ୍ଷୀ ଅଧିକ୍ଷକ ତାପସ ପ୍ରଧାନ ସମ୍ମାନିତ ଅତିଥି, ସାରଳା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସଂପାଦକ ସାରସ୍ବତ ସ୍ରଷ୍ଟା ଡଃ ପ୍ରଭାକର ସ୍ବାଇଁ ବରଣ୍ୟ ଅତିଥି, ଭାରତୀୟ ଜନତା ପାଟିର ରାଜ୍ୟ ପ୍ରବକ୍ତା ତଥା ହିମ୍ମତ୍ ର ସହ ସଂପାଦକ ଉମାକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ହିମ୍ମତ୍ ଅନୁଷ୍ଠାନ ପକ୍ଷରୁ ଅତିଥି ମାନେ ହିମ୍ମତ୍ ର ପରିଚାଳନା ସଂପାଦକ ହର୍ଷ ସାହୁ, ବାର୍ତ୍ତା ସଂପାଦକ ଚିତରଂଜନ ମହାନ୍ତି ସାମ୍ବାଦିକ ବିଭୁ ପ୍ରସାଦ ସ୍ବାଇଁକୁ ସମ୍ବର୍ଦ୍ଧିତ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ହିମ୍ମତ୍ ର କାର୍ଯ୍ୟନିର୍ବାହୀ ସଂପାଦକ ତପନ କର ଓ୍ବାର୍ଲଡ୍ ଓ୍ଵାଚ ର ସଂପାଦକ ଦିଲ୍ଲୀପ ଦାସ, ଦୈନିକ କାଳାନ୍ତରର ସଂପାଦକ ସୌମ୍ୟକାନ୍ତ ସାମନ୍ତ ରାୟ, ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ବାଳ, ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ସାମ୍ବାଦିକ ବିଜୟ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.