Home କେନ୍ଦୁଝର ସମସ୍ୟା ଘେରରେ ବିଶ୍ୱତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଧ୍ୟାପକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ସମସ୍ୟା ଘେରରେ ବିଶ୍ୱତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଧ୍ୟାପକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

47

ହାଟଡିହି-୨୮ /୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରତି ଅଣଦେଖା କରିବାଦ୍ୱାରା ନାରୀଶିକ୍ଷାର କିପରି ଉନ୍ନତି ଘଟିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଛେନାପଦିଛକରେ ଥିବା ବିଶ୍ୱତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ବିଦ୍ୟାଳୟଟି ନାନା ସମସ୍ୟା ଦେଇ ଗତିକରୁଥିବାବେଳେ ଅଧ୍ୟାପକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହି ସ୍କୁଲରେ କଳାରେ ୯ଟି ବିଭାଗରେ ୧୨୮ଜଣ ଛାତ୍ରୀ ପାଠ ପଢ଼ୁଥିବାବେଳେ ଅର୍ଦ୍ଧାଧିକ ଅଧ୍ୟାପକ ପଦବୀ ଫାଙ୍କା ପଡିଛି । ଯାହାଦ୍ୱାରା ଛାତ୍ରୀମାନେ କଲେଜ ଆସୁଥିଲେ ମଧ୍ୟ ଅଧିକାଶଂ କ୍ଲାସ ହେଉ ନଥିବାରୁ ନିରାଶ ହୋଇ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଇଂରାଜି ଓ ଓଡିଆ ବାଧ୍ୟତା ମୁଳକ ବିଷୟ ହୋଇଥିବାବେଳେ ଇଂରାଜି ଅଧ୍ୟାପକ ପଦବୀଟି ଦୁଇବର୍ଷ ହେଲା ଖାଲି ପଡିଛି । ଗତ ସେପ୍ଟେମ୍ବର ୨୦୧୯ରେ ଇଂରାଜି ବିଭାଗର ଅଧ୍ୟାପକ ଅବସର ଗ୍ରହଣ କରିବାପରେ ଆଜି ପର୍ଯ୍ୟନ୍ତ ଆଉ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ । ଯାହାଦ୍ୱାରା ଛାତ୍ରୀମାନେ ଇଂରାଜି ଶିକ୍ଷାଲାଭ କରିବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ସେହିପରି ଇତିହାସ, ସଂସ୍କୃତ, ସୋସିଓଲୋଜି ବିଭାଗର ଅଧ୍ୟାପିକା ମାନେ ଅବସର ଗ୍ରହଣ କରିସାରିଥିବାରୁ ସେ ସବୁ ବିଭାଗରେ ମଧ୍ୟ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଗତ ସୋମବାର ଠାରୁ ସ୍କୁଲ ଖୋଲିଥିଲେ ମଧ୍ୟ ଏହିସବୁ ବିଭାଗରେ ଶିକ୍ଷାଦାନ ହୋଇପାରୁ ନଥିବାରୁ ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କଲେଜ କର୍ତ୍ତୁପକ୍ଷ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୁପକ୍ଷ ଅଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉ ନଥିବାରୁ ସ୍କୁଲ ଗୁଡିକ କିପରି ଚାଲିବ ସେନେଇ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି । ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ରୀ ଓ ଅଭିଭାବକ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.