Home ଜାତୀୟ ସମସ୍ତ ଚର୍ଚ୍ଚାର ଅନ୍ତ ପରେ, ବିଧାୟକ ଅଙ୍ଗଦ ସୈନିଙ୍କୁ ବାହାହେବେ ଆଦିତି

ସମସ୍ତ ଚର୍ଚ୍ଚାର ଅନ୍ତ ପରେ, ବିଧାୟକ ଅଙ୍ଗଦ ସୈନିଙ୍କୁ ବାହାହେବେ ଆଦିତି

670

ନୂଆଦିଲ୍ଲୀ ୧୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଂଗ୍ରେସ ନେତା ତଥା ଯୁବରାଜ ରାହୁଲ ଗାନ୍ଧୀ –କଂଗ୍ରେସ ଦଳର ରାୟବରେଲି ବିଧାୟକ ଅଦିତିଙ୍କୁ ବିବାହ କରିବାକୁ ନେଇ ଗତ କିଛି ମାସ ହେଲା ସୋସିଆଲ ମିଡିଆ ଓ ସାଧାରଣରେ ହେଉଥିବା ଚର୍ଚ୍ଚାକୁ ଆଦିତୀଙ୍କ ପରିବାର ଖଣ୍ଡନ କରିଛନ୍ତି। ଉତ୍ତର ପ୍ରଦେଶର ରାୟବରେଲି ସଦରର କଂଗ୍ରେସ ବିଧାୟକ ଅଦିତି ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସୈନିଙ୍କୁ ବାହା ହେବେବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୧ ତାରିଖରେ ବାହାଘର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଅଦିତିଙ୍କ ବାପା ତଥା ପୂର୍ବତନ ବିଧାୟକ ସ୍ବର୍ଗତଃ ଅଖିଳେଶ ସିଂ ଏହି ବାହାଘର ସ୍ଥିର କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ- ଉଭୟେ ୨୦୧୭ରେପ୍ରଦେଶର ରାୟବରେଲି ଓ ପଞ୍ଜାବରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.