Home ଜିଲ୍ଲା ପରିକ୍ରମା ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କ ବଦଳି ବାତିଲ ପ୍ରସଂଗ, ୧୩ଦିନରେ ପହଞ୍ôଚଲା ଧାରଣା, ବିଭାଗୀୟ କର୍ତ୍ତୃପକ୍ଷଙ୍କ...

ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କ ବଦଳି ବାତିଲ ପ୍ରସଂଗ, ୧୩ଦିନରେ ପହଞ୍ôଚଲା ଧାରଣା, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭାଙ୍ଗୁନି ନିଦ

23

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ବଦଳି ବାତିଲ ଦାବିରେ ଚାଲିଥିବା ଧାରଣା ମଙ୍ଗଳବାର ୧୩ଦିନ ପହଞ୍ôଚଛି । ମାତ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ଅଦ୍ୟାବଧି ନିଦ ଭାଙ୍ଗି ନାହିଁ । ଏପରିକି ବିଭାଗୀୟ କୌଣସି କର୍ତ୍ତୃପକ୍ଷ ଧାରଣାକାରୀଙ୍କ ନିକଟରେ ନପହଞ୍ôଚବା ଏକ ଅମାନବୀୟ କାର୍ଯ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି । ବ୍ଲକର ୧୬ଟି ସମବାୟ ସମିତିର ସଭାପତି ଓ ସମ୍ପାଦକମାନେ ପ୍ରତିଦିନ ବଦଳି ବାତିଲ ଦାବିରେ ପ୍ରତୀକ ଧାରଣାରେ ବସୁଛନ୍ତି । ଯାହାଫଳରେ ସମବାୟ ସମିତି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ସେହିପରି ସମବାୟ ବ୍ୟାଙ୍କର ଶାଖା ପରିଚାଳକ ନଥିବାରୁ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇ ପାରୁନାହିଁ । ପ୍ରତିଦିନ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କକୁ ଆସି ଶାଖା ପରିଚାଳକ ନଥିବାରୁ ସେମାନେ ନିରାଶ ହୋଇ ଫେରୁଛନ୍ତି । ତିହିଡ଼ି ଶାଖା ବ୍ୟାଙ୍କ ସମ୍ମୁଖରେ ଦୀର୍ଘ ୧୩ଦିନ ଧରି ସମିତି ସଭାପତି ଓ ସମ୍ପାଦକ ପ୍ରତୀକ ଧାରଣାରେ ବସି ରହୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ବଦଳି ବାତିଲ କରାନଗଲେ ପ୍ରତୀକ ଧାରଣା ଚାଲୁ ରହିବ ବୋଲି ସମବାୟ ସମିତି ସଭାପତି ବିଜୟ କୁମାର ମହାପାତ୍ର, ରତିକାନ୍ତ ମଳିକ, ଭାସ୍କର ଚନ୍ଦ୍ର ନାୟକ, ସୀମାରାଣୀ ବାରିକ, ଭାଗିରଥି ମଲିକ, ସତ୍ୟବ୍ରତ ନାୟକ, ରାଜେନ୍ଦ୍ର ଦାସ ସମ୍ପାଦକ ମନୋରଞ୍ଜନ ବଳ, ସଞ୍ଜୟ କୁମାର ନାୟକ, କାଳନ୍ଦୀ ଚରଣ ଦାସ, ଗୀତାଞ୍ଜଳି ଦାସ, ସତ୍ୟଭାମା ବିଶ୍ୱାଳ, କୃପାସିନ୍ଧୁ ଦାସ, ବିଶ୍ୱନାଥ ଖୁଣ୍ଟିଆ, ଶଙ୍କର୍ଷଣ ଜେନା, ପ୍ରଭାତ ବେହେରା, ଅମରେନ୍ଦ୍ର ନାୟକ, ରାଜେନ୍ଦ୍ର ବେହେରା, ମୁକ୍ତିକାନ୍ତ ଜେନା, ଗୋପିନାଥ ଭୂୟାଁ, ମାୟାଧର ବେହେରା, ଅଚ୍ୟୁତାନନ୍ଦ ମହାନ୍ତି ପ୍ରମୁଖ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.