Home ଜିଲ୍ଲା ପରିକ୍ରମା ପୀରହାଟରେ ସାର୍ବଜନୀନ ଶ୍ୟାମା ପୂଜା ପାଇଁ ପ୍ରସ୍ତୁତି

ପୀରହାଟରେ ସାର୍ବଜନୀନ ଶ୍ୟାମା ପୂଜା ପାଇଁ ପ୍ରସ୍ତୁତି

11

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପୀରହାଟ ପୁରୁଣାବଜାରରେ ଶ୍ୟାମା ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୧୯୪୯ ମସିହାରେ ଏକ ଚାଳ ଛପର ଘରେ ଏଠାରେ ପୂଜା ଆରମ୍ଭ ହୋଇଥିଲା । ସେ ସମୟରେ ସ୍ୱର୍ଗତ ପରମାନନ୍ଦ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ସାହୁ, ବୈଷ୍ଣବାନନ୍ଦ ମହାନ୍ତି, ନୀଳମଣି ମହାନ୍ତି, ଶରତ ମହାନ୍ତି, କାମଦେବ ପାଣିଗ୍ରାହୀ, ଅପର୍ତ୍ତି ଚରଣ କର, ଅଗଣି କରଙ୍କ ଉଦ୍ୟମରେ ଏହି ଶ୍ୟାମା ପୂଜା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ପୂଜାକୁ ଆଗକୁ ବଢ଼ାଇବା ପାଇଁ ଶ୍ୟାମା ପୂଜା କମିଟିର ସ୍ୱର୍ଗତ ରାମଚନ୍ଦ୍ର ପାଢ଼ୀ, ଦୁର୍ଗା ଚରଣ ବାରିକ, ଭାଗବତ ପ୍ରସାଦ କର, ଶୁକଦେବ ବାରିକ, କାଳନ୍ଦୀ ଚରଣ ଦାସ, ଭକ୍ତହରି ସାହୁ, ପୟୋଧର ପାଢ଼ୀ, ମୂରଲୀଧର ବାରିକ, ପ୍ରଭାକର ମହାନ୍ତି, ଗୟାଧର ପରିଡ଼ା, ପ୍ରହଲ୍ଲାଦ ବେହେରା ପ୍ରମୁଖ ଉଦ୍ୟମ କରି ମନ୍ଦିର ନିର୍ମାଣ କରିଥିଲେ । ଚଳିତ ବର୍ଷ ମୂର୍ତ୍ତି କାରିଗର ଭାବେ ବଉଳପାଳ ଗ୍ରାମର ଯଦୁନାଥ ସାହୁ ଓ ସହଯୋଗୀ ତାପସ ସାହୁ, ଦିନେଶ ସାହୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଛନ୍ତି ।

କର୍ତ୍ତା ଭାବେ ଗୌରାଙ୍ଗ ମିଶ୍ର ଓ ପୂଜକ ଭାବେ ସାଧୁ ଚରଣ ମିଶ୍ର ଓ ମୁକ୍ତିକାନ୍ତ ମିଶ୍ର ଚଳିତ ବର୍ଷ ପୂଜାକାର୍ଯ୍ୟ ସମ୍ପନ୍ନ କରିବେ ବୋଲି ଜଣାପଡ଼ିଛି । ପୂଜାକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଛି । କମିଟିର ସଭାପତି ଅଭୟ କର, ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି, ସରପଞ୍ଚ ଅଜୟ ମହାନ୍ତି, ପୂର୍ବତନ ସରପଞ୍ଚ ଅମର ଦାସ, ସଦସ୍ୟ କୃତିବାସ ସାହୁ, ପ୍ରଫୁଲ୍ଲ ପାଢ଼ୀ, ଶିବଶଙ୍କର ପାଢ଼ୀ, ମନମୋହନ ରାଉତ, ଶରତ ପାଢ଼ୀ, ଦୁର୍ଯ୍ୟୋଧନ ବାରିକ, ଗଙ୍ଗାଧର ପାଣ୍ଡବ, ପ୍ରଫୁଲ୍ଲ ବେହେରା, ଭାଗିରଥି ସାହୁ, ପ୍ରଭାକର କର, କୁଲୁ ବାରିଙ୍କ ସମେତ ପୀରହାଟ ପୁରୁଣା ବଜାରର ସମସ୍ତ ଦୋକାନୀ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି । ଏହି ପୂଜା ୭ଦିନ ଧରି ଚାଲିବ । ପ୍ରତିଦିନ ଏଠାରେ ମା’ଙ୍କର ରୀତି ନୀତି ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.