Home ଜିଲ୍ଲା ପରିକ୍ରମା ସମନ୍ୱିତ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ

ସମନ୍ୱିତ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ

15

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତ ସୁରୁବଣ ଗ୍ରାମର ଯୁବ ଦମ୍ପତ୍ତି ମନୋଜ ମହାପାତ୍ର ଓ ଟି.ଏସ. ମାହେଶ୍ୱରୀଙ୍କ ‘ମା’ ଦକ୍ଷିଣେଶ୍ୱରୀ କାଳୀ ମାଛ ଯାଆଁଳ କେନ୍ଦ୍ର’ ସୋମବାର ପରିଦର୍ଶନ କରିଛନ୍ତି ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଶେଖ ସିଦ୍ଦିକ ଆଲାମ । ଅନୁମୋଦିତ ପ୍ରଣାଳୀରେ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ବେଶ ଉନ୍ନତମାନର ବୋଲି ଅନୁଧ୍ୟାନ ପରେ ନିର୍ଦ୍ଦେଶକ ମତପୋଷଣ କରିବା ସହ ଏହି କେନ୍ଦ୍ରକୁ ଅଗ୍ରାଧିକାର ଭିତ୍ତିରେ ସମସ୍ତ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଯାଆଁଳ ପରିବହନ ପାଇଁ ଏକ ଅଟୋ ଯୋଗାଇବାକୁ ନିର୍ଦ୍ଦେଶକ ଘୋଷଣା କରିଥିଲେ । ନିର୍ଦ୍ଦେଶକଙ୍କ ସହ ଉପନିର୍ଦ୍ଦେଶକ ଦିପ୍ତିକୁମାର ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଜାନକୀ ବେହେରା ଓ ସହକାରୀ ମତ୍ସ୍ୟ ଅଧିକାରୀ ଉପାସନା ମହାନ୍ତି ପରିଦର୍ଶନରେ ଆସିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ୬ଟି ଜିଲ୍ଲାର ମାଛ ଚାଷୀଙ୍କୁ ପ୍ରମୁଖ ଯାଆଁଳ ଯୋଗାଣକାରୀ ସଂସ୍ଥ୍ରା ଭାବେ ଉଭା ହୋଇ ଏହି ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ରୋହୀ, ଭାକୁଡ, ମୀର, ଭେକ୍ଟି, ଚିତ୍ତଳ, ଦେଶୀ ମାଗୁର ଆଦି ପ୍ରାୟ ୧୫ ପ୍ରକାରର ଯାଆଁଳ ଦୈନିକ ୬୦ କିଲୋ ଉତ୍ପାଦନ ହୋଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା, କଟକ, ଢେଙ୍କାନାଳ, ଯାଜପୁର ଆଦି ଜିଲ୍ଲାର ଅଧିକାଂଶ ମାଛ ଚାଷୀଙ୍କୁ ରିହାତୀ ଦରରେ ଯୋଗାଇ ଦିଆଯାଉଛି । ଏହି କେନ୍ଦ୍ରରୁ ୬ ହଜାର ଟଙ୍କା ମୂଲ୍ୟର ୧୮କିଲୋ ଯାଆଁଳ କ୍ରୟ ଉପରେ ମହିଳାଙ୍କୁ ୩୬ଶହ ଓ ପୁରୁଷଙ୍କୁ ୨୪ ଶହ ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳୁଛି । ଏଥିସହ ସମନ୍ୱିତ ପନିପରିବା ଚାଷ, ସାରୁ, କଦଳୀ, ନଡିଆ, କମଳା ଆଦି ଚାଷ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଉତ୍ସାହପ୍ରଦ ହୋଇଛି । ଏଥିପାଇଁ ୨୦୨୨ ଓ ୨୦୨୩ ମସିହାରେ ଜାତୀୟ ମତ୍ସ୍ୟଚାଷୀ ଦିବସରେ ୨ଥର ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ଓ ଚଳିତ ବର୍ଷ ‘ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ’ ସପ୍ତାହରେ ରାଜ୍ୟସ୍ତରୀୟ ପୁରସ୍କାର ଏହି ଦମ୍ପତ୍ତି ହାସଲ କରିବାରେ ସମର୍ଥ ହୋଇଛନ୍ତି । ପ୍ରତ୍ୟକ୍ଷ ଜ୍ଞାନ ଓ ଅଭିଜ୍ଞତା ଆହରଣ ପାଇଁ ଏହି ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଆଦୃତି ଲାଭ କରିଛି । କେଉଁଝର ଜିଲ୍ଲା ହାଟଡିହି ବ୍ଲକ ମିଶନ ଶକ୍ତି ମହିଳା ଗୋଷ୍ଠୀ, ତିହିଡି ବ୍ଲକ ମିଶନଶକ୍ତି ମହିଳା ଗୋଷ୍ଠୀ ଆଦି ନିୟମିତ ଭାବେ ଏହି କେନ୍ଦ୍ର ପରିଦର୍ଶନ କରି ନିଜ ଅଞ୍ଚଳରେ ଯାଆଁଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଗ୍ରହୀ ହୋଇଛନ୍ତି । ଏହି ଚାଷରେ ନିଜ ଅଞ୍ଚଳର ପରିବାରଗୁଡିକୁ ନିଯୁକ୍ତି ସୁଯୋଗ ଯୋଗାଇବା ସହ ନିଜର ବାର୍ଷିକ ୮ଲକ୍ଷ ଟଙ୍କା ଆୟ ମଧ୍ୟ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.