Home ଜିଲ୍ଲା ପରିକ୍ରମା ଭାରତୀୟ ଚିକିତ୍ସକ ସଂଘର ସମ୍ବର୍ଦ୍ଧନା ଉତ୍ସବ, ପୁଣ୍ୟଭୂମି ଭଦ୍ରକ ମାଟିର ଆକର୍ଷଣ ଓ ଆତିଥେୟତା ଅନନ୍ୟ

ଭାରତୀୟ ଚିକିତ୍ସକ ସଂଘର ସମ୍ବର୍ଦ୍ଧନା ଉତ୍ସବ, ପୁଣ୍ୟଭୂମି ଭଦ୍ରକ ମାଟିର ଆକର୍ଷଣ ଓ ଆତିଥେୟତା ଅନନ୍ୟ

22

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ଭଦ୍ରକ ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଆଇଏମଏ ରାଜ୍ୟ ଶାଖାର ନବ ନିର୍ବାଚିତ ସଭାପତି ଡାକ୍ତର ଶ୍ୟାମସୁନ୍ଦର ଖଣ୍ଡେଲୱାଲ୍ (୨୦୨୪-୨୫) ଓ ଏସସିବି ମେଡିକାଲ କଲେଜର ଭେଷଜ ପ୍ରଫେସର୍ ଡାକ୍ତର ଜୟନ୍ତ ପଣ୍ଡାଙ୍କୁ (୨୦୨୫-୨୬) ଶାଖା ତଥା ଭଦ୍ରକର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ରୋଟାରୀଆନ୍ ଅଭିଜିତ୍ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ଆଇଏମଏର ଉପଦେଷ୍ଟା ଡାକ୍ତର ହରେକୃଷ୍ଣ ନାୟକ ନବ ନିର୍ବାଚିତ ସଭାପତି ଦ୍ୱୟଙ୍କୁ ଅଭିନନ୍ଦନ ଜଣାଇବା ସହ ଉପସ୍ଥିତ ଚିକିତ୍ସକ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସାମାଜିକ ଗଣମାଧ୍ୟମର ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଭଦ୍ରକ ରୋଟାରୀ କ୍ଲବ୍ ତରଫରୁ ସଭାପତି ପ୍ରଣବ କୁମାର ସାହୁ, ମାଂଗିଲାଲ୍ ବଳଦେବା, ଭଦ୍ରକ ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନରୁ ପ୍ରଭାତ କୁମାର ଧଳ, ବରିଷ୍ଠ ନାଗରିକ ମଂଚରୁ ପଦ୍ମନ୍ ରାୟ, ଦିଲ୍ଲୀପ ନାୟକ, ନର୍ସିଂ ଆସୋସିଏସନ୍‌ରୁ ନିରୂପମା ଦାଶ୍‌, ଚିନ୍ମୟୀ ସ୍ୱାଇଁ, ସାମାଜିକ ଗଣମାଧ୍ୟମ ତରଫରୁ ପ୍ରତାପ୍ କୁମାର ଦାସ, ଡ.ହରିହର ନାୟକ, ଜଗନ୍ନାଥ ରାଉତ, ପ୍ରଭାତ ଦାସ୍‌, କଳ୍ପନା ଦେବୀ ଜରାନିବାସ ତରଫରୁ ଡାକ୍ତର ହରେକୃଷ୍ଣ ନାୟକ, ଅନୀମା ନାୟକ, ଓସ୍ରୁ ପକ୍ଷରୁ ଅମରେନ୍ଦ୍ର ବିଶ୍ୱାଳ, ଆଇଏମଏ ଭଦ୍ରକ ଶାଖା ପକ୍ଷରୁ ଡା. ଶତୃଘ୍ନ ହାତୀ, ଡା. ଝସକେତନ ମହାନ୍ତି, ଡା. ରବିନାରାୟଣ ପାଣିଗ୍ରାହୀ, ଡା. ସୁଶାନ୍ତ ସାମନ୍ତ, ଡା. ସୂର୍ଯ୍ୟସ୍ନାତା ସାହୁ, ଡା. ସୁବାସ ବିଶ୍ୱାଳ, ଡା. ଧନଞ୍ଜୟ ପଣ୍ଡା, ଡା. ଅନୀମା ସେଠୀ ପ୍ରମୁଖ ଅତିଥିଦ୍ୱୟଙ୍କୁ ଭବ୍ୟ ସଂବର୍ଦ୍ଧନା ଜ୍ଞାପନ କରିଥିଲେ । ସଂବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଅତିଥି ଦ୍ୱୟ ଭଦ୍ରକ ମାଟିର ଆକର୍ଷଣ ଓ ଆତିଥେୟତା ଅନନ୍ୟ ଓ ଅତୁଳନୀୟ ଏବଂ ଏହା ସେମାନଙ୍କୁ ଅଭିଭୂତ କରିଛି ବୋଲି ମତ ବ୍ୟକ୍ତ କରିଥିଲେ । ଭଦ୍ରକ ଅଂଚଳରୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଯାଉଥିବା ପ୍ରତ୍ୟେକ ରୋଗୀ ଏଣିକି ତାଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନର କେନ୍ଦ୍ରବିନ୍ଦୁ ହେବେ ବୋଲି ପ୍ରଫେସର ଜୟନ୍ତ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ । ଶାଖାର ସଂପାଦକ ଡାକ୍ତର ରଂଜିତ୍ କୁମାର ଖଟୁଆ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଉତ୍ସବ ଶେଷରେ ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.