Home ଓଡ଼ିଶା ସମନ୍ବିତ କୃଷି ଓ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବ :...

ସମନ୍ବିତ କୃଷି ଓ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବ : କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ

71

ଭୁବନେଶ୍ୱର, ୨୭ ଜୁନ (ଓଡ଼ିଆ ପୁଅ) ସମନ୍ବିତ କୃଷି ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ କୃଷି ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସମନ୍ବିତ କୃଷି ନିମନ୍ତେ ଅଗ୍ରାଧକାର ଭିତ୍ତିରେ ସହାୟତା ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିବା ଅବସରରେ କହିଲେ ଯେ ବିଭାଗୀୟ ଯୋଜନାଗୁଡ଼ିକ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚିପାରିବ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ। ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦେବା ସହିତ କୃଷି ଉତ୍ପାଦନ ସଂଗଠନଗୁଡ଼ିକୁ ଅଧିକ ସଶକ୍ତ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷି ଓ କୃଷକମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଅନେକଗୁଡ଼ିଏ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ କରିବା ପାଇଁ ବିଭାଗ ବଦ୍ଧପରିକର ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ସଂଜୀବ ଚୋପ୍ରା କହିଲେ ଯେ ଓଡ଼ିଶା ସରକାରଙ୍କ କୃଷକ ଓଡ଼ିଶା’ ଡାଟାବେସ୍, ଓଡ଼ିଶା ମିଲେଟ୍ ମିଶନ ଏବଂ ଏଗ୍ରିକଲଚର ପ୍ରଡକ୍ସନ୍ କ୍ଲଷ୍ଟର ସାରା ଦେଶରେ ନିଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ ଚୌଧରୀ ନିର୍ଦ୍ଦେଶାଳୟ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରି ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କହିଲେ ଯେ ଗତ କିଛି ବର୍ଷର କଠିନ ପରିଶ୍ରମ ଫଳରେ ଫଳ ଓ ପନିପରିବା ଚାଷରେ ରାଜ୍ୟ ଅନେକ ମାତ୍ରାରେ ସ୍ଵାବଲମ୍ବୀ ହୋଇପାରିଛି।

ବୈଠକରେ ବିଭାଗୀୟ ସ୍ଵତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.