Home ଜିଲ୍ଲା ପରିକ୍ରମା ମମତା ଯୋଜନା ଟଙ୍କା ହିତାଧିକାରୀ ପାଉ ନ ଥିବା ଅଭିଯୋଗ : ତଦନ୍ତ ଦାବି

ମମତା ଯୋଜନା ଟଙ୍କା ହିତାଧିକାରୀ ପାଉ ନ ଥିବା ଅଭିଯୋଗ : ତଦନ୍ତ ଦାବି

35

ନବରଙ୍ଗପୁର ୨୮ -୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧ ଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଞ୍ଜଗୁଡ଼ା ଗ୍ରାମର ଶଶି ହିଆଲଙ୍କ ପ୍ରଥମ ଗର୍ଭରେ ଦୁଇଟି ଜାଆଳା ସନ୍ତାନ ଜନ୍ମ ହୋଇଥିବା ବେଳେ, ତିନି ମାସ ହେଲା ଦ୍ଵିତୀୟ ଗର୍ଭରୁ ମଧ୍ୟ ଯମଜ ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି। ଶଶି କହିବା ହେଲା ପ୍ରଥମ ଗର୍ଭ ଧାରଣ ଶିଶୁ ବିକାଶ ବିଭାଗ ତରଫରୁ ମିଳୁଥିବା ୫ହଜାର ଟଙ୍କା ପାଇ ନ ଥିବା ବେଳେ ଦ୍ଵିତୀୟ ଗର୍ଭ ଧାରଣାରେ ବି ୫ ହଜାର ଟଙ୍କା ପାଇନାହାନ୍ତି। ଓଡ଼ିଶା ରାଜ୍ୟ ସରକାର ମା’କୁ ସମ୍ମାନ ଗାଁ କୁ ସମ୍ମାନ, ଜନ୍ମ ରୁ ମୃତ୍ୟୁ ପର୍ଜ୍ୟନ୍ତ ଯୋଜନା ଉପରେ ଯୋଜନା କରୁଛନ୍ତି ସତ ହେଲେ, ଗାଁ ରେ ଗର୍ଭବତୀ ମହିଳାଙ୍କ ଯୋଜନା କାର୍ଯ୍ୟ କାରୀ ହେଉନି ବୋଧେ। କେବଳ ଏମାନଙ୍କୁ ସାହାଯ୍ୟ କରିବାକୁ ଗାଁ ରେ ରହିଛି ପ୍ରାକ୍ ବିଦ୍ୟାଳୟ। ତେବେ ଅଙ୍ଗନୱାଡ଼ି କର୍ମୀ, ମହିଳା ପରିଦର୍ଶକା ଶିଶୁ ବିକାଶ ଅଧୀକାରୀ ରହି କରୁଛନ୍ତି କଣ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ତଳ ଅଦଳ ବଦଳ ବେଳେ ଯେଉଁଠାରେ ବିକାଶ ପାଦ ସ୍ପର୍ଶ କରିନି ସେହିଠାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏଭଳି ଜଣେ ଯମଜ ସନ୍ତାନ ର ମାଁ କୁ ଦେଖିଲେ ସତରେ ବିକାଶ ଗାଁ ଗାଁ ରେ ପହଞ୍ଚି ପାରୁନି ଅବହେଳା ଯୋଗୁଁ ଜଣେ ଯମଜ୍ ୪ ସନ୍ତାନ ର ମାଁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ନ ପାଇବା ଶିଶୁ ବିକାଶ ବିଭାଗର ଅପାରଗତା ଦୁର୍ବଳତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ତେନ୍ତୁଳଖୁଣ୍ଟି ସିଡିପିଓ ଙ୍କୁ ଆମ ପ୍ରତିନିଧି ଫୋନ୍ ଯୋଗେ ଯୋଗାଜୋଗ୍ କରିଥିଲେ, ସେ କହୁଛନ୍ତି ପ୍ରଥମ ଡେଲିଭରିର ଟଙ୍କା ପାଇଛନ୍ତି, ମେ ମାସ ଡେଲିଭରି ଟଙ୍କା ମିଳି ନାହିଁ। କିନ୍ତୁ ହିତାଧିକାରିଙ୍କ ସହ ଯୋଗାଜୋଗ କରିବାରୁ ସେ ଦୁଇ ଥର ଡେଲିଭରି ଟଙ୍କା ପାଇ ନ ଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏଥିରେ କି ରହସ୍ୟ ରହିଛି ତୁରନ୍ତ ନବରଙ୍ଗପୁର ଜିଲ୍ଲାପାଳ ଏ ଦିଗରେ ଦ୍ରୁଷ୍ଟି ଦେଇ ଏହାର ତଦନ୍ତ କରି ଆବଶ୍ୟକ ପୋତ୍ସାହନ ରାଶି ହିତାଧିକାରୀ ପାଇବା ପାଇଁ ବ୍ୟବସ୍ଥା କରିବାକୁ ସବୁରି ମହଲରେ ଦ୍ରୁଢ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.