Home କେନ୍ଦୁଝର ସମଣା ନଦୀଘାଟରୁ ବେଆଇନ ବାଲି ଉଠାଣ

ସମଣା ନଦୀଘାଟରୁ ବେଆଇନ ବାଲି ଉଠାଣ

167

ହାଟଡ଼ିହି, ୨୧ । ୬ : ହାଟଡିହି ତହସିଲ ଅଧିନସ୍ଥ ସମଣା ବାଲିଘାଟରୁ ପୁନର୍ବାର ବେଆଇନ ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ବେଆଇନି ବାଲି ଉଠାଣ ଅଭିଯୋଗରେ ହାଟଡିହି ତହସିଲଦାର ୨୦ରୁ ଉର୍ଦ୍ଧ ହାଇୱା ଟ୍ରକକୁ ଜବଦ କରିବା ସହ ମାଲିକ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । କିନ୍ତୁ ଏବେ କିଛି ବାଲିମାଫିଆ ସେହି ସ୍ଥାନରୁ ଟ୍ରାକ୍ଟର ଦ୍ୱାରା ଦୈନିକ ୪୦ରୁ ୫୦ଟ୍ରାକ୍ଟର ବାଲି ଉଠାଇ ବେଆଇନ ଭାବେ ନିକଟସ୍ଥ ଗୋଠ ପଡିଆରେ ଗଚ୍ଛିତ ରଖି ବାହାରକୁ ଚୋରା ଚାଲାଣ କରୁଛନ୍ତି । ଏହାକୁନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରି ବେନିୟମ ବାଲି ଉତ୍ତୋଳନ ଦ୍ୱାରା ସରକାରଙ୍କ ମଧ୍ୟ ବ୍ୟାପକ ରାଜସ୍ୱହାନୀ ଘଟୁଛି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶଙ୍କୁ ଯୋଗାଯୋଗ କରିବାରେ ସେ ତହସିଲଦାରଙ୍କୁ ଜଣାଇ ପଦକ୍ଷପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.