Home ଓଡ଼ିଶା ବିରଳ ସୂର୍ଯ୍ୟ ପରାଗ

ବିରଳ ସୂର୍ଯ୍ୟ ପରାଗ

173

ପୁରୀ, ୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ବହୁ ବର୍ଷ ପରେ ଏକ ନିରଳ ସୂର୍ଯ୍ୟ ପରାଗ ଅନୁଷ୍ଠିତ ହୋଇଥିଲା। ସକାଳ ୧୦ ଟା ୩୮ ରେ ପରାଗ ଲାଗି ୨ ଟା ୧୦ ରେ ସଂପୂର୍ଣ୍ଣ ମୋଖ୍ୟ ହୋଇଥିଲା। ଆଜି ସକାଳୁ ଆକାଶ ମେଘାଛନ୍ନ ଥିବା ଯୋଗୁଁ ଏହି ବିରଳ ସୂର୍ଯ୍ୟ ପରାଗ ର ଦୃଶ୍ୟ ଲୋକମାନେ ଦେଖିପାରିନଥିଲେ। କାଲି ରାତି ୧୦ ଟା ୩୮ ରୁ ପାକନୀତି ଓ ଦେବନୀତି ବନ୍ଦ ରହିଥିଲା। ସୂର୍ଯ୍ୟପରାଗ ଲାଗିବା ପରେ ଶ୍ରୀ ମନ୍ଦିର ରେ ପରାଗ ନୀତି ଅନୁଷ୍ଠିତ ହୋଇଥିଲା। ପରାଗ ସଂପୂର୍ଣ୍ଣ ମୋଖ୍ୟ ହେବା ପରେ ଲୋକମାନେ ମହୋଦଧି ରେ ବୁଡ ପକାଇଥିଲେ। କୋଭିଡ୍‌-୧୯ ଧାରା ଲାଗିଥିବା ଯୋଗୁଁ ବେଳାଭୂମୀ ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀ ଗୁଡିକରେ ଭିଡ ନଥିବା ଦେଖାଯାଇଥିଲା। ସେହିପରି ବିଭିନ୍ନ ଦେବାଦେବୀ ମନ୍ଦିର କୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବା ଯୋଗୁଁ ମନ୍ଦିର ର ଦୁଆର ମୁହଁରେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରୁଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.