Home କଳାହାଣ୍ଡି ସମଗ୍ର କଳାହାଣ୍ଡି ଜିଲ୍ଲାରେ ଜନତା କର୍ଫ୍ୟୁ ର ଅଭୂତପୂର୍ବ ସଫଳତା , ଘରୁ ବାହାରିଲେ...

ସମଗ୍ର କଳାହାଣ୍ଡି ଜିଲ୍ଲାରେ ଜନତା କର୍ଫ୍ୟୁ ର ଅଭୂତପୂର୍ବ ସଫଳତା , ଘରୁ ବାହାରିଲେ ନାହିଁ ଲୋକେ

135

କଳାହାଣ୍ଡି- ତା.୨୩.୦୩.୨୦୨୦ ( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନତା ଅବଲମ୍ବନ ଏବଂ ବ୍ୟକ୍ତିଗତ ସୁରକ୍ଷା ପ୍ରତି ସଜାଗ ଦେବା ଉଦେ୍ଦଶ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନତା କର୍ଫ୍ୟୁ ଆହ୍ୱାନ ରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଅଭୂତପୂର୍ବ ସଫଳତା ଦେଖାଦେଇଛି । ଜିଲ୍ଲାସାରା ସମସ୍ତ ଅଂଚଳରେ ସକ ଅଖ ସବୁ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖାଯାଇଥିଲା । ଅତ୍ୟାବଶ୍ୟକୀୟ ସାମଗ୍ରୀ ଇତ୍ୟାଦି ଖୋଲା ରହିବାକୁ ଅନୁମତି ଥିଲେହେଁ କାଁ ଭାଁ କେଉଁଠି କେମିତି ଖୋଲାଥିଲେ ମଧ୍ୟ ଗ୍ରାହକ ନଥିଲେ । ଜୁନାଗଡ, କୋକସରା, ଜୟପାଟଣା, ଧର୍ମଗଡ, ମ.ରାମପୁର, କେସିଙ୍ଗା ସମେତ ୧୩ ଟି ଯାକ ବ୍ଲକ ଜନଶୂନ୍ୟ ହୋଇପଡିଥିଲା । ଏପରିକି ଗ୍ରାମାଂଚଳରେ ମଧ୍ୟ ରାସ୍ତାଘାଟ ଜନଶୂନ୍ୟଥିବାର ଜଣାପଡିଛି । ସମଗ୍ର ଜିଲ୍ଲାରେ ରାସ୍ତାଘାଟ ଖାଁ ଖାଁ ହୋଇପଡିଥ୍ୟôବା ବେଳେ ଗାଡି ମଟର ଚାଲୁନଥିବାରୁ ଯାତାୟତ ପୁରା ଠପ ହୋଇଯାଇଥିଲା । ସମଗ୍ର ଜିଲ୍ଲାରେ ଜନତା କର୍ଫ୍ୟୁ ର ଅଭୂତପୂର୍ବ ସଫଳତା ପରିଲକ୍ଷିତ ହୋଇଛି । ଏହାଛଡା ସଂଧ୍ୟା ପାଂଚ ଟା ସମୟରେ ଲୋକେ ନିଜ ନିଜ ଘରେ, ଦ୍ୱାରେ, ବାଲକୋନିରେ ଏପରିକି ବିଭିନ୍ନ ହଷ୍ଟେଲ ମାନଙ୍କରେ ମଧ୍ୟ ଘଂଟ, ଶଙ୍ଖ, ଘଂଟି, ଥାଳି ଆଦି ବଜାଇ କରୋନା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଥିବା ଦେଖାଯାଇଥିଲା ।
ସେହିପରି ନୂଆପଡା ଜିଲ୍ଲାରେ ମଧ୍ୟ ଜନତା କର୍ଫ୍ୟୁ ର ଅଭୂତପୂର୍ବ ସଫଳତା ପରିଲକ୍ଷିତ ହୋଇଛି । ସମଗ୍ର ନୂଆପଡା ଜିଲ୍ଲାର ଗ୍ରାମାଂଚଳ ସମେତ ସହରାଂଚଳରେ ଅତ୍ୟାବଶ୍ୟକୀୟ ବ୍ୟବସ୍ଥାକୁ ଛାଡିଦେଲେ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିଥିବା ଜଣାପଡିଛି । ଦିନସାରା ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ ପାଂଚଟା ସମୟରେ ଘଂଟ, ଶଙ୍ଖ ନାଦ କରିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.