Home ଜିଲ୍ଲା ପରିକ୍ରମା ସବ-ରେଜିଷ୍ଟ୍ରାର ଅଫିସ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ସମସ୍ୟା ତୀବ୍ର ଜିଲ୍ଲାପାଳଙ୍କୁ ଭେଟିଲା‘ଫ୍ୟୁଚର ବାଲେଶ୍ୱର’

ସବ-ରେଜିଷ୍ଟ୍ରାର ଅଫିସ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ସମସ୍ୟା ତୀବ୍ର ଜିଲ୍ଲାପାଳଙ୍କୁ ଭେଟିଲା‘ଫ୍ୟୁଚର ବାଲେଶ୍ୱର’

11

ବାଲେଶ୍ୱର, ୧୧ା୧(ଓଡ଼ିଆ ପୁଅ/ଅଭୟ ଦାସ): ଜମି କିଣାବିକା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ବାଲେଶ୍ୱର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଅନ୍ୟତମ ଅଗ୍ରଣୀ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ର କର୍ମକର୍ତ୍ତାମାନେ ଆଜି ଜିଲ୍ଲାପାଳଙ୍କ୍ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅବିଭକ୍ତ ବାଲେଶ୍ୱର ଜିଲ୍ଲା ସର୍ବ ପୁରାତନ ସବରେଜିଷ୍ଟ୍ରୋର ଅଫିସ ଭାବେ ଏହାର ଗୁରୁତ୍ୱ ସର୍ବଦା ରହି ଆସିଛି। ମାତ୍ର ସାମ୍ପ୍ରତିକ ସ୍ଥିତିରେ ଏହି ଅଫିସ ସମସ୍ୟାର ଗନ୍ତାଘର ହୋଇଯାଇଥିବା ଫ୍ୟୁଚର ବାଲେଶ୍ୱର ପକ୍ଷରୁ ଆରୋପ ହୋଇଛି। ଅନ୍ ଲାଇନ୍‌ରେ ଜମି କିଣାବିକା ହେଉଥିଲେ ବି ଅଫ୍‌ଲାଇନରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ଶୋଷଣ କରିଚାଲିଛନ୍ତି। ନିକଟ ଅତୀତରେ ଭିଜିଲାନ୍ସ ଦ୍ୱାରା ସବ-ରେଜିଷ୍ଟ୍ରାରଙ୍କ ଗିରଫରୁ ଏହା ପ୍ରମାଣିତ ହୋଇଛି। ତେବେ ଏହି ଅଫିସକୁ ପ୍ରତିଦିନ ଆସୁଥିବା ଶହ ଶହ ସଂଖ୍ୟାର ଲୋକଙ୍କ ଯାନବାହାନ ରଖିବାକୁ ପ୍ରଶାସନ ଟିକିଏ ସ୍ଥାନର ବ୍ୟବସ୍ଥା କରି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି। ପୂର୍ବରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଖାଲିଜାଗାରେ ଲୋକେ ନିଜର ଯାନବାହନ ରଖୁଥିଲେ। ମାତ୍ର ଏହାକୁ ଆବଦ୍ଧ ରଖି ପ୍ରଶାସନ ତାଲା କପାଇବା ଫଳରେ ଲୋକେ ରାସ୍ତା ଉପରେ ଗାଡ଼ି ରଖୁଛନ୍ତି। ଫଳରେ ପ୍ରତିକ୍ଷଣରେ ସବରେଜିଷ୍ଟ୍ରାର ଅଫିସ ସମ୍ମୁଖରେ ଲୋକଭିଡ଼ ହେଉଛି। ଅତ୍ୟନ୍ତ ସଂକୀର୍ଣ୍ଣ ସ୍ଥାନରେ ହୋଇଥିବା ଏହି ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ଲୋକଙ୍କ ଯାନବାହାନ ରଖିବା ପାଇଁ ପୂର୍ବପରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଖାଲି ଜାଗାକୁ ଆବଦ୍ଧମୁକ୍ତ କରିବା ଓ ଲୋକଙ୍କ ବ୍ୟବହାର ପାଇଁ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି। ଏନେଇ କର୍ମକର୍ତ୍ତାମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଂଗଠନର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀଙ୍କ ସମେତ ଦୁକୁଲୁ ଚନ୍ଦ୍ର ଘଡ଼େଇ, ଅନ୍ତର୍ଯ୍ୟାମୀ ପଣ୍ଡା, ଗିରିଜା ଶଙ୍କର ଦାସ, ପ୍ରଶାନ୍ତ କୁମାର ଦାସ, ସୁବାଶିଷ ଦେ, ଦେବଦୁଲାଲ ଘଡ଼େଇ, ମଧୁସୂଦନ ଚାନ୍ଦ, ବେଣୁଧର ଉପାଧ୍ୟାୟ, ବିଜୟ କୁମାର ପ୍ରଧାନ, ସୌମ୍ୟରଂଜନ ପାତ୍ର, ଦିବାକର ମାଝୀ, ଅକ୍ଷୟ ବେହେରା, ପାର୍ଥସାରାଥୀ ଘଡ଼େଇ, ରଂଜନ ଦାସ, ସତ୍ୟସ୍ୱରୂପ ଘଡ଼େଇ, ଭଜେନ୍ଦ୍ର ଆଚାର୍ଯ୍ୟ, ସତ୍ୟେନ୍ଦ୍ର କୁମାର ଦାସ, ବବିତା ପ୍ରଧାନ, ମମତା ସିଂ, ଅନନ୍ତ ଖିଲାର, କମଳାକାନ୍ତ ଦାସ, ରଂଜିତ ମହାନ୍ତି, ବିଜୟ କୁମାର ବେହେରା, ଆଲୋକ କୁମାର ଦେ ଓ କାର୍ତ୍ତିକ ଚନ୍ଦ୍ର ଘୋଷ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.