Home ଓଡ଼ିଶା ସବୁ ଆଶା ମଉଳିଲା, ଋଥଯାତ୍ରା ପାଇଁ ନୂଆଗାଁକୁ ନୁହେଁ; ମହିପୁର ପର୍ଯ୍ୟନ୍ତ ଯିବ ରେଳ

ସବୁ ଆଶା ମଉଳିଲା, ଋଥଯାତ୍ରା ପାଇଁ ନୂଆଗାଁକୁ ନୁହେଁ; ମହିପୁର ପର୍ଯ୍ୟନ୍ତ ଯିବ ରେଳ

57

ନୟାଗଡ଼, ୨୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ନୂଆଗାଁବାସୀ ଆଶା କରିଥିଲେ ରଥଯାତ୍ରାରେ ଆସିବ ରେଳ। ହେଲେ ଆସୁ ଆସୁ ଅଟକି ଗଲା ନୂଆଗାଁ ରେଳ ମହିପୁରରେ। ନୂଆଗାଁରୋଡ଼କୁ ଭୁବନେଶ୍ୱରକୁ ରେଳ ଆସିବା ପାଇଁ ସବୁ ଠିକ୍‌ଠାକ୍ ହୋଇଥିଲା। ଫୁଲମାଳରେ ନୂଆଗାଁରୋଡ଼ ଷ୍ଟେସନ ସାଜ୍ଜ ସଜ୍ଜା ବି ଶେଷ ହୋଇଥିଲା। ଏପରିକି ନୟାଗଡ଼ଟାଉନକୁ ଆସୁଥିବା ମେମୋ ଟ୍ରେନରେ ଭୁବନେଶ୍ୱର-ନୂଆଗାଁରୋଡ଼ ବୋଲି ମଧ୍ୟ ଫଳକ ଲାଗି ସାରିଥିଲା। ଏଥିପାଇଁ ଗତ ୨୦ ତାରିଖରେ ରେଳମନ୍ତ୍ରୀ ଆସି ଉଦ୍‌ଘାଟନ କରିଥିଲେ ତା’ପରଦିନ ଅର୍ଥାତ ଗତ ୨୧ ତାରିଖରୁ ନୂଆଗାଁରୋଡ଼ରୁ ଭୁବନେଶ୍ୱରକୁ ରେଳ ନିୟମିତ ଚଳାଚଳ କରିଥାନ୍ତା। ହେଲେ ସବୁ ବିଗିଡ଼ି ଗଲା। ନା’ ନୂଆଗାଁରୋଡ଼ ରେଳ ଷ୍ଟେସନ ଉଦ୍‌ଘାଟନ ହୋଇପାରିଲା ନା’ ତା’ପରିଦିନ ଠାରୁ ରେଳ ନୂଆଗାଁକୁ ଚାଲି ପାରିଲା। ନୂଆଗାଁବାସୀଙ୍କର ସବୁ ସ୍ୱପ୍ନ ଭାସିଗଲା ପ୍ରତ୍‌ାରଣର ପ୍ରଖର ସୁଅରେ। ଧୋକ୍କା ଦେଲା ରେଳ ବିଭାଗ ବୋଲି ନୂଆଗାଁବାସୀଙ୍କର କ୍ଷୋଭଭରା କାହିଁକେତେ ଅଭିଯୋଗ। ତଥାପି ନୂଆଗାଁବାସୀ ଆଶା ହରେଇ ନଥିଲେ, ଆଶା କରିଥିଲେ ଗତ ୨୧ ତାରିଖରେ ରେଳ ନଆସିଲା ନାହିଁ। ରଥଯାତ୍ରା ପାଇଁ ନୂଆଗାଁକୁ ନିଶ୍ଚୟ ରେଳ ଆସିବ, ଆମେ ରେଳରେ ପୁରୀ ଯାଇ ରଥଯାତ୍ରା ଦେଖିବୁ। ହେଲେ ରେଳ ବିଭାଗର ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ସମୟ ସାରଣୀ ପ୍ରକାଶ ପାଇବା ପରେ ନୂଆଗାଁବାସୀଙ୍କର ସବୁ ଆଶା ଧୂଳିସାତ୍ ହୋଇଥିବା ଦେଖିବାକୁ ମିଳିଛି। ରେଳ ଚଳାଚଳ ପାଇଁ ସବୁ ପ୍ରକାର ଆନୁସଙ୍ଗୀକ କାର୍ଯ୍ୟ ଶେଷ ହୋଇଥିଲାବେଳେ ରଥଯାତ୍ରା ପରି ଏକ ଭାବାବେଗ ସମୟରେ ରଥଯାତ୍ରା ପାଇଁ ନୂଆଗାଁକୁ ରେଳ ନଗଡ଼ିବା ନୂଆଗାଁବାସୀଙ୍କୁ ବଡ଼ ବ୍ୟଥିତ କରିଛି। ନୂଆଗାଁବାସୀଙ୍କର ମନୋଭାବକୁ ହୃଦୟଙ୍ଗମ କରି ରଥଯାତ୍ରାରେ ନୂଆଗାଁରୋଡ଼କୁ ରେଳ ଚଳାଚଳ କରୁବୋଲି ଅଂଚଳବାସୀ ରେଳ ବିଭାଗ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ପୁରୀରୁ ନୟାଗଡ଼କୁ ସ୍ୱତନ୍ତ୍ର ରେଳ ପୁରୀକୁ ଗୁଣ୍ଡିଚା, ସନ୍ଧ୍ୟାଦଶଁନ, ବାହୁଡ଼ା ଓ ସୁନାବେଶରେ ଦୈନିକ ୩ଥର ଚଳାଚଳ କରିବା ପାଇଁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏହା ପରବର୍ତ୍ତୀ ସମୟରେ ପୂର୍ବବତ୍ ନୟାଗଡ଼ରୁ ପୁରୀକୁ ରେଳ ଚଳାଚଳ କରୁବୋଲି ନୟାଗଡ଼ବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.