Home କେନ୍ଦ୍ରାପଡ଼ା ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ: ଦୁଇ ଥାନାରେ ଅଟକ

ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ: ଦୁଇ ଥାନାରେ ଅଟକ

45

କେନ୍ଦ୍ରାପଡ଼ା, ୨୪ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଛକରେ ଥିବା ଏସ୍‌ବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ ପାଇଁ ହୋଇଥିବା ଯୋଜନା ପଣ୍ଡ ହୋଇଯାଇଛି। କାରଣ ଲୁଟ୍ ଉଦ୍ୟମ ବେଳେ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା। ଫଳରେ ୪ ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ବେଳେ ଅନ୍ୟ ୨ ଜଣଙ୍କୁ ପୋଲିସ ମାଡିବସିଥିଲା। ସୂଚନା ଅନୁଯାୟୀ ରାତି ପ୍ରାୟ ୩ଟା ସମୟରେ ୬ ଜଣ ଲୁଟିଆ ସାବଳ, କଟର ଧରି ଏଟିଏମ୍ ଲୁଟ୍ ପାଇଁ ଯୋଜନା କରିଥିଲେ। ଏଟିଏମ୍‌ର ଉପର ଅଂଶକୁ ସେମାନେ ଭାଙ୍ଗି ଦେଇଥିଲେ। କିନ୍ତୁ ଏହି ସମୟରେ ଏକ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିଲା। ଏଟିଏମ୍ ନିକଟରେ ଭ୍ୟାନ୍ ପହଞ୍ଚିବା ବେଳକୁ ଲୁଟିଆମାନେ ଦୈାଡାଦୈାଡି ହୋଇ ଫେରାର ହୋଇ ଯାଇଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଧରି ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.