Home ଓଡ଼ିଶା ସବୁଠାରୁ ବୁଡ଼ା ଖେଳାଳି ପ୍ରବୀଣ ତାମ୍ବେ, IPL ରେ ବିକ୍ରୀ ହେଲେ – ତାଙ୍କୁ କିଣିଲା...

ସବୁଠାରୁ ବୁଡ଼ା ଖେଳାଳି ପ୍ରବୀଣ ତାମ୍ବେ, IPL ରେ ବିକ୍ରୀ ହେଲେ – ତାଙ୍କୁ କିଣିଲା କିଏ ?

1009

କୋଲକାତା ୧୯-୧୨ (ଓଡ଼ିଆ ପୁଅ) : ମୁମ୍ବାଇର କ୍ରିକେଟିୟର ପ୍ରବୀଣ ତାମ୍ବେଙ୍କୁ ଆଇପିଏଲ ୨୦୨୦ ନିଲାମରେ କୋଲକାତା ନାଇଟରାଇଡର୍ସ (Kolkata Knight Riders) ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସ୍ ରେ କିଣିଛି।

ତାମ୍ବେ ଆଇପିଏଲ ୨୦୨୦ ରେ ସାମିଲ ହୋଇଥିବା ସବୁଠାରୁ ବୟସ୍କ ଖେଳାଳି ଅଟନ୍ତି। ତାଙ୍କର ବୟସ ୪୮ ବର୍ଷ। ତାଙ୍କୁ ଯେତେବେଳେ କେକେଆର କିଣିଲା ତାଳିରେ କମ୍ପି ଉଠିଲା ସ୍ଥଳ।

ଆଇପିଏଲରେ ଖେଳୁଥିବା ସବୁଠାରୁ ବୟସ୍କ ଖେଳାଳି ଭାବେ ତାମ୍ବେ ପୂର୍ବରୁ ରେକର୍ଡ଼ କରିଛନ୍ତି। ସେ ୪୧ ବର୍ଷ ବୟସରେ ଆଇପିଏଲରେ ଡେବ୍ୟୁ କରିଥିଲେ।

ଆଇପିଏଲରେ ଏ ପର୍ଯ୍ୟନ୍ତ ୩୩ ମ୍ୟାଚରେ ୨୮ ୱିକେଟ ନେଇଛନ୍ତି। ସେ ରାହୁଲ ଦ୍ରାଭିଡ଼ଙ୍କର ଅଧିନାୟକତ୍ତ୍ୱରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ପରେ ଗୁଜରାତ ଲାୟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.