Home ଜିଲ୍ଲା ପରିକ୍ରମା ସଫେଇ କାର୍ଯ୍ୟରେ ଏକତା ଦେଖାଇଲା ବିଜେପି

ସଫେଇ କାର୍ଯ୍ୟରେ ଏକତା ଦେଖାଇଲା ବିଜେପି

26

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧି ଜୟନ୍ତୀର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଆଜି ବନ୍ତ ଠାରେ ବିଜେପି ନେତୃବୃନ୍ଦ ଏକତା ବାର୍ତ୍ତାର ସନ୍ଦେଶ ଦେଇଛନ୍ତି । ସକାଳେ ବିଜେପି ନେତା ସୁଧାଂଶୁ ଶେଖର ନାୟକଙ୍କ ନେତୃତ୍ତ୍ୱରେ ଲୋକସଭା ନେତା ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ,ବିଧାନସଭା ନେତା ବଦ୍ରିନାରାୟଣ ଧଳ,ପୂର୍ବତନ ପ୍ରଦେଶ ସଂଗଠନ ସମ୍ପାଦକ ପଞ୍ଚାନନ ରାଉତ,ପୂର୍ବତନ ବ୍ଲକ ସଭାନେତ୍ରୀ ପଙ୍କଜିନି ଲେଙ୍କା ପ୍ରମୁଖ ବନ୍ତ ଡାକ୍ତରଖାନା ପରିସର,ବଜାର ଅଞ୍ଚଳରେ ଥିବା ଅଳିଆ ଆବର୍ଜନାକୁ ସଫେଇ କରିବା ସହ ବ୍ଲିଚିଂ ପକାଇ ଥିଲେ । ଆୟୋଜିତ ପଥପ୍ରାନ୍ତ ସଭାରେ ପରିବେଷ ସଫା ରହିଲେ ଏହା ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ । ଆହୁରି ମଧ୍ୟ ଲୋକ ମାନଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟିକରି ଭାରତ ବର୍ଷକୁ ସୁନ୍ଦର କରି ଗଢି ତୋଳିବାକୁ ଆହ୍ୱାନ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ବରୁଣ ନାୟକ,ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା,ଛୟାଳସିଂ ସରପଞ୍ଚ ପ୍ରତିନିଧି ସନ୍ତୋଷ ନାୟକ,ଜିତେନ୍ଦ୍ର ନାୟକ,ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢ଼ିଆରି,କେଦାରନାଥ ମହାନ୍ତି,ଲକ୍ଷ୍ମୀଧର କର,ସୁଧାକର ଧଳ,ବସନ୍ତ ବିଶ୍ୱାଳ ପ୍ରମୁଖ ଶତାଧିକ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଦୃଢ ସଂଗଠକ ସୁଧାଂଶୁ ନାୟକ ବିଜେପିରେ ଯୋଗ ଦେବା ପରେ ସଫେଇ କାର୍ଯ୍ୟକ୍ରମରେ ବିଧାନସଭା ଅନ୍ତଃର୍ଗତ ସମସ୍ତ ତୁଙ୍ଗନେତା ଏକତ୍ରିତ ହେବା ବିଜେପି ଶିବିରରେ ଉତ୍ସାହ ବୃଦ୍ଧି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.