Home ଜିଲ୍ଲା ପରିକ୍ରମା ଶିଶୁକୁ ରେସିଂ ସାଇକେଲ ଉପହାର ଦେଲେ ପ୍ରଣିତକାନ୍ତି ସାମଲ, ରାଜ୍ୟ ସାଇକେଲ ଚାଳନା ପ୍ରତିଯୋଗିତା ପାଇଁ...

ଶିଶୁକୁ ରେସିଂ ସାଇକେଲ ଉପହାର ଦେଲେ ପ୍ରଣିତକାନ୍ତି ସାମଲ, ରାଜ୍ୟ ସାଇକେଲ ଚାଳନା ପ୍ରତିଯୋଗିତା ପାଇଁ ସତ୍ୟଜିତ ମନୋନୀତ

43

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗ୍ରାମର ସତ୍ୟଜିତ ରାଉତଙ୍କୁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ରେସିଂ ସାଇକେଲ ପ୍ରଦାନ କରିଛନ୍ତି । ଗୁହାଳିଆ ଶ୍ରୀଜଗନ୍ନାଥ ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ସତ୍ୟଜିତ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ସାଇକେଲ ଚାଳନା ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି । ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ସଫଳତା ଅର୍ଜ୍ଜନ କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ସତ୍ୟଜିତ ସାଇକେଲ ଚାଳନା ଅଭ୍ୟାସ ପାଇଁ ଉପଯୁକ୍ତମାନର ରେସିଂ ସାଇକେଲ ଆବଶ୍ୟକ କରୁଥିଲେ । ପିତା ମନୋଜ କୁମାର ରାଉତ ଓ ମାତା ଲକ୍ଷ୍ମୀପ୍ରିୟା ରାଉତ ସତ୍ୟଜିତଙ୍କୁ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରୁଥିଲେ ବି ସାଇକେଲର ଅଭାବ ରହିଥିଲା । ଏଥିପାଇଁ ଆର୍ଥୀକ ସମସ୍ୟା ଥିବା ଉପାଧ୍ୟକ୍ଷଙ୍କ ଦୃଷ୍ଟିକୁ ଅଣାଯିବା ପରେ ଶ୍ରୀ ସାମଲ ସତ୍ୟଜିତଙ୍କୁ ଉନ୍ନତମାନର ରେସିଂ ସାଇକେଲ ଶନିବାର ଉପହାର ଦେଇଥିବା ଜଣାଯାଇଛି । ଏହି ସମୟରେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବିଷ୍ଣୁପୁର ସରପଞ୍ଚ ଅମୂଲ୍ୟ କୁମାର ନାୟକ, ନିର୍ଗୁଣ୍ଡି ପୂର୍ବତନ ସରପଞ୍ଚ ସୁରେନ୍ଦ୍ରନାଥ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.