Home ଓଡ଼ିଶା ସପ୍ତାହଅନ୍ତ ସଟ୍ ଡାଉନ୍ ଅବଧି ଶେଷ : ଅନଲକ୍‌ ୩ କଟକଣା ଅପେକ୍ଷାରେ ଜନସାଧାରଣ

ସପ୍ତାହଅନ୍ତ ସଟ୍ ଡାଉନ୍ ଅବଧି ଶେଷ : ଅନଲକ୍‌ ୩ କଟକଣା ଅପେକ୍ଷାରେ ଜନସାଧାରଣ

134

ବାଲେଶ୍ୱର, ୨୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଓ ସଟ ଡାଉନ୍ ଲାଗୁ ସହ ଜୁନ୍ ମାସରେ ଅନ୍‌ଲକ୍‌୧ ଏବଂ ଚଳିତ ଜୁଲାଇ ମାସ ପହିଲାରୁ ଆରମ୍ଭ ହୋଇଥିଲା ଅନଲକ୍‌୨। ଅନଲକ୍‌୨ର ଅବଧି ଶେଷ ହୋଇ ଆସୁଥିବା ବେଳେ ଅଗଷ୍ଟମାସରେ ଲାଗୁ ହେବାକୁ ଥିବା ଅନଲକ୍‌୦୩ର କଟକଣାକୁ ନେଇ ଏବେ ସବୁ ମହଲରେ ଦେଖାଦେଇ ଉତ୍ସୁକତା। ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଅନଲକ୍‌୦୩ରେ କିଛି କଟକଣା ହ୍ରାସ ହେବ କି ନାହିଁ ତାହାକୁ ନେଇ ସବୁଠି ପ୍ରଶ୍ନବାଚୀ ଦେଖାଦେଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଅନଲକ୍ ୩ କଟକଣା କ’ଣ ରହିବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ କିଛି ନୂଆ କଟକଣା ଲାଗୁ କରାଯିବ କିମ୍ବା ପୂର୍ବଭଳି ସପ୍ତାହଅନ୍ତ ସଟ୍ ଡାଉନ୍ ଜାରି ରହିବ ତାହାକୁ ନେଇ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଅନଲକ୍‌୨ର ଶେଷ ସପ୍ତାହ ଅନ୍ତ ଦୁଇଦିନିଆ ସଟ ଡାଉନର ଅବଧି ଆଜି ଶେଷ ହୋଇଛି। ବାଲେଶ୍ୱର ସହର ସମେତ ଜିଲ୍ଲାର ଜନସାଧାରଣ ଏହି ସଟ୍ ଡାଉନ୍ ନିୟମକୁ ବେଶ୍ ଗୁରୁତ୍ୱର ସହ ପାଳନ କରିଛନ୍ତି। ସକାଳଠାରୁ ବାଲେଶ୍ୱର ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ସମସ୍ତେ ଘରେ ରହିବା ସହ ଅତି ଆବଶ୍ୟକ କ୍ଷେତ୍ରରେ ପଲିସ ଓ ପ୍ରଶାସନର ଅନୁମତି ନେଇ କାଁଭାଁ ଲୋକେ ବାହାରକୁ ବାହାରିଥିଲେ। ତେବେ ବଢ଼ୁଥିବା କରୋନା ସଂକ୍ରମଣ ରୋକିବା ପାଇଁ ସବୁ ମହଲରୁ ସତର୍କତା ଅବଲମ୍ବନ ସହ ସାମାଜିକ ଦୂରତ୍ୱ ରକ୍ଷା ସାଙ୍ଗକୁ ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.