Home ଜିଲ୍ଲା ପରିକ୍ରମା କାରଗିଲ ବିଜୟୀ ଦିବସରେ ସମ୍ବର୍ଦ୍ଧନା

କାରଗିଲ ବିଜୟୀ ଦିବସରେ ସମ୍ବର୍ଦ୍ଧନା

69

ବାହାନଗା, ୨୬ା୭ (ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ମହାରାଜପୁର ପୁରାତନ ଛାତ୍ର ସଂସଦ(ଆଲୁମ୍ନି) ପକ୍ଷରୁ କାରଗିଲ ବିଜୟୀ ଦିବସରେ ଜଣେ ଲାଇନ ମ୍ୟାନ ଗଜେନ୍ଦ୍ର ଜେନାଙ୍କୁ ବିଦାୟୀ କାଳିନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ ସଭାପତି ରବିନ୍ଦ୍ର ମହାପାତ୍ର। ଏହି ସମ୍ବର୍ଦ୍ଧନାରେ ଗଜେନ୍ଦ୍ରଙ୍କର ପରୋପକାରୀତା, ସଚୋଟତା, କର୍ତ୍ତବ୍ୟପରାୟଣତା ପ୍ରଭୃତି ଗୁଣକୁ ପ୍ରସଂଶା କରିଥିଲେ। ସଭାରେ ସମ୍ପାଦକ ଦୀନେଶ ଶତପଥି, କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ଜେନା, କାର୍ଯ୍ୟକାରୀ ସମ୍ପାଦକ ପ୍ରାଣବନ୍ଧୁ ମହାପାତ୍ର, ଧର୍ମଜ୍ୟୋତି ନାୟକ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ସୁଶାନ୍ତ କୁମାର ଦାସ, ତାପଷ ପ୍ରଧାନ, ବିସ୍ମିତ ରଞ୍ଜନ ଦାସ, ସତ୍ୟଜିତ ନାୟକ, କିଶୋର ମୋହନ ବେହେରା, ଶରତ ଚନ୍ଦ୍ର ଦାସ, ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.