Home ଅପରାଧ ମନ୍ଦିରରୁ ଯୁବକର ମୃତ୍ୟୁଦେହ ଉଦ୍ଧାର

ମନ୍ଦିରରୁ ଯୁବକର ମୃତ୍ୟୁଦେହ ଉଦ୍ଧାର

153

ଯାଜପୁର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିରରେ ହୋଇଥିବା ବିଦ୍ୟୁତ୍ ଆଲୋକ ମାଳାର ଅଘାତରେ ଯୁବକ ମୃତ୍ୟୁ ବରଣ କରିଥିବା ଆଜି ବଢି ଭୋର ସମୟରେ ଯାଜପୁର ଜିଲ୍ଲା କୋରାଇ ଥାନା ଶାଳକଣା ଗ୍ରାମରେ ଶୋକର ଛାୟା ଦେଖା ଯାଇଛି । ପ୍ରତ୍ୟେକ୍ଷ୍ୟ ଦର୍ଶୀଙ୍କ ସୁତ୍ରରୁ ପ୍ରକାଶ-ଯାଜଦୁର ଜିଲ୍ଲା ଶାଳକଣା ଗ୍ରାମର ଅଜୟ ସ୍ୱାଇଁ(କାଠିଆ)ଙ୍କ ପୁଅ କାଳନ୍ଦି ସ୍ୱାଇଁ(୨୧)     ଗତ ରାତ୍ରୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗ୍ରାମରେ ଥିବା ଶିବାଳୟରେ ଭଜନ କିର୍ତ୍ତନ ସମାରୋହ ସାରି ବିଳମ୍ବିତ ରାତ୍ରୀରେ ଗ୍ରାମର ଭାଗନେଇଥିବା ସଙ୍ଗିତ ପ୍ରେମି ମାନେ ନିଜ ନିଜର ଘରକୁ ପଳାଇଥିଲେ । ଆଜି ସକାଳ ବେଳା ଗ୍ରାମର ମନ୍ଦିର କବାଟ ଖୋଲିବାବେଳେ ମନ୍ଦିର ଭିତରେ କାଳନ୍ଦିର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିବା ସୁଚନା ମିଳିଛି । କାଳନ୍ଦି ବିଦ୍ୟୁତ୍ କନେକସନ ଖୋଲୁଥିବା ବେଳେ ଅଘାତରେ ମୃତ୍ୟୁ ହୋଇଥିବା ଗ୍ରାମବାସି ଅନୁମାନ କରୁଥିବା ବେଳେ କାଳନ୍ଦି ରାତ୍ରୀରେ କାହିିଁକି ମନ୍ଦିର ଭିତରେ ପଶି ବିଦ୍ୟୁତ କନେକ୍‌ସନରେ ହାତ ମାରି ମୃତବରଣ କଲା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଥିବା ବେଳେ ପୁଲସ ତଦନ୍ତ ପରେ ମୃତ୍ୟୁର କରଣ ସ୍ପଷ୍ଟ ହେବ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.