Home ଜିଲ୍ଲା ପରିକ୍ରମା ସଦ୍‌ଭାବନା ଦିବସ ପାଳନରେ ଶପଥ ପାଠ

ସଦ୍‌ଭାବନା ଦିବସ ପାଳନରେ ଶପଥ ପାଠ

35

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ପାଳନ କରାଯାଇ ଆସୁଥିବା ସଦ୍‌ଭାବନା ଦିବସ ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ପାଳିତ ହୋଇଯାଇଛି। ଏଥିପାଇଁ ଉଦ୍ଦିଷ୍ଟ ଶପଥପାଠ ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ପାଠକରି ଅନ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ବୈଷୟିକ ଉପନିର୍ଦ୍ଦେଶକ ଏନ୍‌.ଆଇ.ସି. ବିଜୟ କୁମାର ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟ, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିାକରୀ କାର୍ତ୍ତିକ ନାଥ ମଣ୍ଡଳ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ସୂଚନା ଯୋଗ୍ୟ କି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା କରିବା, ଜାତୀୟ ସଂହତି ଅକ୍ଷୁର୍ଣ୍ଣ ରଖିବା ଦିଗରେ କାର୍ଯ୍ୟକରିବା, ସଚେତନ ରହିବା ଆଦି ଉଦ୍ଦେଶ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ଜନ୍ମଦିନକୁ ଏହି ସଦ୍‌ଭାବନା ଦିବସ ରୂପେ ପାଳନ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.