Home ଓଡ଼ିଶା ସତ ନାଁ ନାଟକ ? ପୁଲିସ ବାଡ଼େଇଥିଲା ନାଁ ମାଡ଼ ଖାଇଥିଲା?

ସତ ନାଁ ନାଟକ ? ପୁଲିସ ବାଡ଼େଇଥିଲା ନାଁ ମାଡ଼ ଖାଇଥିଲା?

180

ଭୁବନେଶ୍ୱର ୧୨ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭୁବନେଶ୍ୱର ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି।ଫଟୋ ସହ ଭିଡିଓରେ ଦୁଇ ଯୁବତୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଚିନ୍ହ ଦେଖା ଯାଉଛି।କିନ୍ତୁ ପୁଲିସ୍ ସୂତ୍ରରୁ ଏନେଇ ଭିର୍ଣ୍ଣ କଥା ଜଣା ପଡ଼ୁଛି।ଏକ ଜାଗା ବାଡ଼ି ଗଣ୍ଡଗୋଳ ସମ୍ୱନ୍ଧୟ ଅଭିଯୋଗରେ ପୁଲିସ ଘଟଣା ସ୍ଥଳକୁ ଯାଇଥିବା ବେଳେ ଓଲଟା ଅଭିଯୁକ୍ତ ମାନେ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହେଇଛି।ପୁଲିସ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ସବ୍‌ଇନ୍ସପେକ୍ଟର ମିନତୀ କୁମାରୀ ନାୟକ, ଏସ୍‌ଆଇ ସସ୍ମିତା ଧଳ, ଏସ୍‌ଆଇ ବିନୟ କେର୍କେଟା ଓ ଏସ୍‌ଆଇ ଉଦାଳି ଶଙ୍କର ସାହୁ ନୟାପଲ୍ଲୀ ଥାନା କେସ୍‌ନଂ ୧୮୫/୧୮ର ମୁଦାଲାମାନଙ୍କୁ ଡାକିବା ପାଇଁ ଗତ ୫ତାରିଖରେ ଘଟଣା ସ୍ଥଳକୁ ଯାଇଥିଲେ।କିନ୍ତୁ, ପୁଲିସ ସେଠାରେ ପହଞ୍ଚିବା ପରେ ଘରେ ଥିବା କନକଲତା ମଲ୍ଲିକ ତାଙ୍କ ଝିଅ ଗାୟତ୍ରୀ, ରୁବି ଓ ଶୁଭଶ୍ରୀ ଘର ଭିତରୁ ଟେକା ପଥର ମାରି ଗାଳିଗୁଲଜ କରିଥିଲେ।କୋଉ ପୋଲିସ ଆସିଛ” କହି କୁକୁର ଲଗେଇ ଦେଇଥିଲେ ଠେଲାପେଲା କରିଥିଲେ।ଠେଲା ପେଲା, ଟେକା ପଥର ମାଡ଼ କୁକୁର କାମୁଡ଼ାରେ ପୁଲିସ ଅଧିକାରୀ ମାନେ କ୍ଷତାକ୍ତ ହୋଇଥିଲେ।

ସଂପୃକ୍ତ ପୁଲିସ ଅଧିକାରୀ ମାନଙ୍କ ଅଭିଯୋଗକୁ ଭିତି କରି ଏନେଇ ନୟାପଲ୍ଲୀ ଥାନାରେ ତା’ ପରଦିନ ଅର୍ଥାତ୍ ୬ ତାରିଖରେ ଅଭିଯୁକ୍ତ ମାନଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧/୨୯୪/୩୨୩/୩୨୫/୩୫୩ ଅନୁଯାୟୀ ୧୮୫/୧୮ରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି।ଘଟଣା ସମ୍ପର୍କରେ ପୋଲିସ ପାଲଟା ଅଭିଯୋଗ କରିବା ପରେ ଅଭିଯୁକ୍ତ ଯୁବତୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏବଂ ପରେ ଯୁବତୀମାନେ ଅନ୍ତରୀଣ ଜାମିନରେ ଆସିବା ପରେ ସେମାନଙ୍କୁ ପୋଲିସ୍ ନିର୍ଯାତନାର ଚିତ୍ରକୁ ମୋବାଇଲ୍‌ରେ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.