Home ଜିଲ୍ଲା ପରିକ୍ରମା ସଡକ ସୁରକ୍ଷା ସଚେତନତା ରଥର ଉଦଘାଟନ

ସଡକ ସୁରକ୍ଷା ସଚେତନତା ରଥର ଉଦଘାଟନ

84

ପୁରୀ ୧୫/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସଡ଼କ ସୁରକ୍ଷିତ ରଖିବା ଓ ନିଜେ ସତର୍କ ରହିଲେ ମୂଲ୍ୟବାନ ଜୀବନ ଅକାଳରେ ରାସ୍ତାରେ ଝଡିଯିବ ନାହିଁ। ତେଣୁ ପ୍ରତ୍ୟେକ ସଡକ ସୁରକ୍ଷା ନିୟମକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ବର୍ମା ଉଦଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମଣ କରିବା ସହ ସଡ଼କ ସୁରକ୍ଷାର ବାର୍ତ୍ତା ବଣ୍ଟନ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ଟ୍ରାଫିକ ଡିଏସପି ମନୋବ୍ରତା ଶତପଥୀ, ସଚିନ ପଟେଲ, ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟ ର ସଭାପତି ବିସ୍ମୟ ମିଶ୍ର, ବରିଷ୍ଠ ପରାମର୍ଶ ଦାତା ବିପିନ କୁମାର ମହାନ୍ତି, ଦେବରାଜ ଦାସ, ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.