Home Top News ଧର୍ମେନ୍ଦ୍ର ଆସିବେ, ଅପରାଜିତା ଯିବେ

ଧର୍ମେନ୍ଦ୍ର ଆସିବେ, ଅପରାଜିତା ଯିବେ

288

୨୦୨୪ ମସିହାରେ ଦେଶରେ ସାଧାରଣ ନିର୍ବାଚନ ହେବ। ଆଗୁଆ ହେବାର କୌଣସି ସ୍ପଷ୍ଟ ଆଭାସ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ନାହିଁ। ଓଡ଼ିଶାରେ ବିଜେପି ଏଥର ଶାସନ ଗାଦିକୁ ଅକ୍ତିୟାର କରିବା ପାଇଁ ସମସ୍ତ ବଳ ପ୍ରୟୋଗ କରିବ। ରଣନୀତି ମଧ୍ୟ ଏବେ ଠାରୁ ପ୍ରସ୍ତୁତ ହେଇ ସାରିଲାଣି। ଓଡ଼ିଶାରେ ଶାସକ ବିଜୁ ଜନତା ଦଳକୁ ସମ୍ପୂର୍ଣ୍ଣ ରୂପେ ହଟାଇ ହବ ନାହିଁ ବୋଲି ବିଜେପି ଜାଣିଛି। ତେଣୁ ବାସ୍ତବତାକୁ ଫୋକସ କରୁଛି ଦଳ।

ସେହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ରଣନୀତି ଅନୁସାରେ ଦଳ ଏଥର ଓଡ଼ିଶାରେ ପଚାଶରୁ ଷାଠିଏ ଆସନ ଉପରେ ଫୋକସ କରୁଛି। ଆହୁରି ମଧ୍ୟ ସୂତ୍ରରୁ ଜଣାପଡିଛି ଯେ ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବାର ଅଛି। ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଓଡ଼ିଶାର ସମ୍ପୂର୍ଣ୍ଣ ଦାୟିତ୍ୱ ସେ ନେବେ। ତାଙ୍କ ବଦଳରେ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ହେବେ। ଓଡ଼ିଶାରେ ଶିକ୍ଷା ସଚିବ ଥିବା ସମୟରେ ଅପରାଜିତା ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ତେଣୁ ଧର୍ମେନ୍ଦ୍ରଙ୍କ ସ୍ଥାନରେ ଅପରାଜିତା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହୋଇ ପାରନ୍ତି ବୋଲି ସୂତ୍ର କହୁଛି। ଦ୍ୱିତୀୟ କଥାଟି ହେଲା ଓଡ଼ିଶାରେ ଅପରାଜିତା ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ସର୍ବଦା ଶୀତଳ ଯୁଦ୍ଧ ଚାଲିଛି। ଏହାର ପୂର୍ଣ୍ଣଛେଦ ନ ପଡିଲେ ତାହା ଦଳ ପାଇଁ କ୍ଷତିକାରକ ହେବ ୨୦୨୪ ରେ।

ତେଣୁ ଆଗାମୀ ନିର୍ବାଚନରେ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପଚାଶରୁ ଷାଠିଏ ଆସନରେ ଫୋକସ କରିବ। ୨୦୧୯ ମସିହାରେ ଶହେ କୋଡିଏ ଆସନ କହୁଥିବା ବିଜେପି ଏଥର ପଚାଶ ରୁ ଷାଠିଏ ଆସନ କଥା କାହିଁକି କହୁଛି ? ଇଏ ହେଉଛି ବିଜେପି ଚାଣକ୍ୟ ଅମିତ ଶାହାଙ୍କ ରଣନୀତି। ଯଦି ଓଡ଼ିଶାରେ ଦଳ ଷାଠିଏ ଆସନ ଜିତିଯାଏ ତେବେ ବିଜେଡି ଦଳକୁ ଭାଙ୍ଗିବାକୁ ସୁବିଧା ହେଇଯିବ ଓ ଓଡ଼ିଶାରେ ଅନାୟାସରେ ସରକାର ଗଢ଼ିବାର ସୁଯୋଗ ସୃଷ୍ଟି ହୋଇ ପାରିବ।

ଶାସକ ବିଜେଡ଼ି ଏଇ ରଣନୀତିର ଆଭାସ ପାଇସାରିଲାଣି। ଯଦି ବିଜେପି ଓଡ଼ିଶାରେ ୬୦ ଆସନରେ ଜିତି ଯାଏ ତେବେ ବିଜେଡିକୁ ଭାଙ୍ଗି ଦେବ ଅମିତ ଶାହାଙ୍କ ରଣନୀତି। ତା ଛଡା ବିଜେଡ଼ିରେ ଏବେ ଆଉ ପୂର୍ବ ଅବସ୍ଥା ନାହିଁ। ଅସନ୍ତୋଷର ମାତ୍ରା ଢେର ଉପରେ। ସୁଯୋଗ ପାଇଲେ ଏବେ ଦଳରେ ଥିବା ଛାୟା ନେତୃତ୍ତ୍ୱକୁ ବୁଦ୍ଧି ଶିଖାଇବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି ବହୁ ନେତା। ତେଣୁ ବିଜେଡ଼ି ମଧ୍ୟ ତା’ର ପ୍ରାକ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି। ସୂତ୍ର ମୁତାବକ ନିକଟରେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଶାସକ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅମିତ ଶାହାଙ୍କୁ ଭେଟି ଥିଲେ। କ’ଣ ଆଲୋଚନା ହେଇଛି ଜଣା ନ ପଡ଼ିଥିଲେ ବି ସକାରାତ୍ମକ ଚିନ୍ତାଧାରାରେ ଦୁଇ ଦଳ ଅଛନ୍ତି ଏହା ନିଃସନ୍ଦେହ, ଯାହା ଆଗାମୀ ଦିନରେ ସାର୍ବଜନୀନ ହେବାର ସମ୍ଭାବନା ରହିଛି।

ପ୍ରିୟରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.