Home ଓଡ଼ିଶା ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭୂମିପୂଜନ

ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭୂମିପୂଜନ

30

ନବରଙ୍ଗପୁର, ୧୫/୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ବୋରିଗାଁ ମିନି ଷ୍ଟାଡିୟାମ ଠାରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ତାରାଗାଁ ଜଙ୍କସନ ଠାରୁ ଡାବୁଗାଁ ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ବୋରିଗାଁ ଠାରେ ନୂତନ +୨ କଲେଜ ନିର୍ମାଣ ନିମନ୍ତେ ଭୂମିପୂଜନ ଧୂପ ଲଗାଇ, ନାରିକେଳ ଫଟାଇ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ସଂମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି। ଏଥି ସହିତ ପୂର୍ତ୍ତ ବିଭାଗ, ନବରଙ୍ଗପୁର ଡାବୁଗାଁ – ମୈଦଲପୁର ରାସ୍ତା ୫ କି.ମି. ର ଉନ୍ନତି କରଣରର ଭୂମି ପୂଜନ ସହ ଶିଳାନ୍ୟାସ କରିଥିଲେ। ଏଥି ଅବସରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମରାଓ ଚୌଧୁରୀ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମଞ୍ଚ ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ସୁନ୍ଦର ଭାବେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୮ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।

ଉମରକୋଟ ଉପଖଣ୍ଡ୍ ପୋଲିସ ଅଧିକାରୀ ଶୁଭେନ୍ଦୁ କୁମାର ଶବର, ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କ ନେତ୍ରୁତ୍ଵରେ ସହ- ଉପ- ନିରିକ୍ଷକ ବିଜୟ କୁମାର ସାହୁ ଓ ଏ କେ ଘୋଷ ପ୍ରମୁଖଙ୍କ ସହ ପୋଲିସ କର୍ମଚାରୀଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଜେଡି ବ୍ଲକ ସଭାପତି ଶ୍ରୀ ମିଶ୍ର ଓ ବୋରିଗାଁ ପଞ୍ଚାୟତ ସଭାପତି ଲକ୍ଷ୍ମଣ ପନକା ଓ ଅନ୍ୟ କର୍ମୀ ମାନଙ୍କ ଦ୍ଵାରା ସରସ ସୁନ୍ଦର ହୋଇ ପାରିଥିଲା। ବିଜେପି ଦଳରୁ ବରିଷ୍ଠ କର୍ମୀ ଦଶମୁ କଲାରଙ୍କ ସହ ୩୪ଜଣ କର୍ମୀ ବିଜେଡିର ନୀତି ଓ ନବୀନବାବୁଙ୍କ ସ୍ଵଚ୍ଛ ରାଜନୀତିକୁ ଅନୁସରଣ କରି ବିଜେଡି ଦଳରେ ମିଶିଥିବାରୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ କର୍ମୀ ମାନଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.