Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

19

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ଯୁବକର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ଗାଡିରେ ବସିଥିବା ଜଣେ ଯୁବତୀଙ୍କର ଅବସ୍ଥା ସଂକଟାପନ୍ନ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ସକାଳେ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ପାଳସାହି ଗ୍ରାମନିବାସୀ ସୁନୀଲ ମହାନ୍ତିଙ୍କ ପୁତ୍ର ଆଲୋକ (୨୫) ସେହି ଗ୍ରାମର କମଳାକାନ୍ତ ନାୟକଙ୍କ କନ୍ୟା ଲିଜା ସହ କୌଣସି କାମରେ ଭଦ୍ରକ ଆସି ଚରମ୍ପାରେ ହୋଟେଲକୁ ଖାଇବାକୁ ଯାଉଥିବାବେଳେ ୧୬ନଂ ଜାତୀୟ ରାଜପଥ ଚରମ୍ପା ବ୍ରିଜ୍ ଉପରେ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ ସାରି କୋଲକାତା ଫେରୁଥିବା ଡବ୍ଲ୍ୟୁବି୨୪ବିଜି-୬୦୩୩ ନମ୍ବରର କାର୍ ଦ୍ରୁତ ଗତିରେ ଆସି ପଛରୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚଳାଉଥିବା ଆଲୋକ ପୋଲ ତଳକୁ ଖସିପଡି ଗୁରୁତର ହୋଇଥିବାବେଳେ ବାଇକ୍ ପଛରେ ବସିଥିବା ଲିଜା ରାସ୍ତା ଉପରୁ ଛିଟିକି ପଡିଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ଭଦ୍ରକ ଡାକ୍ତରଖାନା ଆଣିଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଲୋକର ମୃତ୍ୟୁ ହୋଇଥିଲା । ତେବେ ଲିଜାର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ଘଟାଇଥିବା ପଶ୍ଚିମବଙ୍ଗର କାର୍ ଚାଳକକୁ ସହରାଞ୍ଚଳ ଥାନା ପୁଲିସ୍ ଅଟକ ରଖି ତଦନ୍ତ ଚଳାଇଥିବାବେଳେ ଏକ ଅପମୃତ୍ୟୁ ମାମଲା ମୂଳେ ଆଜି ଆଲୋକର ଶବ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ୍ ଉଭୟ ବାଇକ୍ ଓ କାର୍‌ଟିକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.