Home ଓଡ଼ିଶା ସଟ୍ ଡାଉନ,ରାତ୍ର କର୍ଫ୍ୟୁ ଓ ଅନଲକ ନୂଆ ନିର୍ଦ୍ଦେଶାବଳୀ ଜାରି କଲେ ଜିଲ୍ଲାପାଳ

ସଟ୍ ଡାଉନ,ରାତ୍ର କର୍ଫ୍ୟୁ ଓ ଅନଲକ ନୂଆ ନିର୍ଦ୍ଦେଶାବଳୀ ଜାରି କଲେ ଜିଲ୍ଲାପାଳ

279

ମାଲକାନଗିରି,୨ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ବଢିଚାଲିଛି । ଇତି ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଁଚିଗଲାଣି । କେନ୍ଦ୍ରସରକାର ଦେଶରୁ ଲକଡାଉନ୍ କଟକଣା କୋହଳ କରି ଅନଲକ୨ର ନୂଆ ନିର୍ଦ୍ଦେଶାବଳୀ ଲାଗୁକରିଥିବା ବେଳେ ଆଜି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସଟ୍ ଡାଉନ୍ ,ରାତ୍ର କର୍ଫ୍ୟୁ ଓ ଅନଲକ୨ର ନୂଆ ନିର୍ଦ୍ଦେଶାବଳୀ ଜାରିକରିଛନ୍ତି । ଅନଲକ ପାଇଁ ଦୋକାନ ବଜାରଗୁଡିକ ସକାଳ ୭ଟା ଠାରୁ ଦିନ୨ଟା ପର୍ଯ୍ୟନ୍ତ ଖୋଲାରହିବ,ସହରାଚଂଳରେ ସନ୍ଧ୍ୟା ୭ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଚଂଳ ଗୁଡିକରେ ରାତ୍ର ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳିନ କର୍ଫ୍ୟୁ ଜାରିକରାଯାଇଛି ,ଏହି ସମୟରେ କୌଣସି ଦୋକାନ ବଜାର ଖୋଲାଯିବନାହିଁ କି ଅତନ୍ତ୍ୟ ଜରୁରୀ ନଥିଲେ କେହି ଘରୁ ବାହରକୁ ବାହାରିବେ ନାହିଁ । ୩ତାରିଖ ରାତ୍ର୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଚଂଳକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହି ସଟ୍ ଡାଉନ୍ ସମୟରେ ମେଡିକାଲ,ଔଷଧଦୋକାନ, ପେଟ୍ରୋଲ ପମ୍ପ,ଖିର ଓ ଅତ୍ୟାବଶ୍ୟକିୟ ସାମଗ୍ରୀ ଦୋକାନ କେବଳ ସକାଳ ୭ଟା ଠାରୁ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ହାଟ ବଜାର ଅନ୍ୟାନ ଦୋକାନ ଗୁଡିକ ଓ ଯାନବାହନ ଚଳାଚଳ ବନ୍ଦରହିବ,ମେଡିକାଲ ଛକ ଠାରୁ ଆଇଏମଏସଟି ଛକ,ବାଲିମେଳା ଛକ ଠାରୁ କେନାଲଛକ ଅଚଂଳକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୁଲିସ କଡାପ୍ରହରା ସହିତ ରାସ୍ତାଗୁଡିକୁ ବନ୍ଦକରିଦିଆ ଯାଇଛି । ମାଲ୍ୟବନ୍ତ ଛାତ୍ରବାସ ସଙ୍ଗରୋଧ କେନ୍ଦ୍ର କୁ କଟେଂନମେଟଂ ଜୋନ ଘୋଷଣା କରା ଯାଇ ୧୦୦ମିଟର ଦୂରତାରେ ଥିବା ଦୋକାନବଜାର ଗୁଡିକୁ ବନ୍ଦକରାଯିବା ସହ ସେ ଅଚଂଳରେ ଥିବା ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସଟ୍ ଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.